Latest Odisha News

ମିଲେଟ ରେସିପି ନେଇ ସେଫ୍‌ଙ୍କୁ ତାଲିମ; ଏଣିକି ସ୍ୱାଦ ସହ ବଢ଼ିବ ଲୋକପ୍ରିୟତା ଓ ଆଦର

ଭୁବନେଶ୍ୱର: ଓଡିଶା ମିଲେଟସ୍ ମିଶନ୍ (ଓଏମ୍ଏମ୍) ର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଜନସଂଖ୍ୟା ମଧ୍ୟରେ ମିଲେଟର ଲୋକପ୍ରିୟତା ବୃଦ୍ଧି କରିବା। ଏଥିପାଇଁ ଓଏମ୍ଏମ୍ ସକ୍ରିୟ ଭାବରେ ସହରାଞ୍ଚଳରେ ମିଲେଟକୁ କ୍ଷେତରୁ ଖାଦ୍ୟ ଥାଳି ପର୍ଯ୍ୟନ୍ତ ପ୍ରୋତ୍ସାହିତ କରୁଛି। ଓଏମ୍ଏମ୍ ଏବଂ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଓଡିଶା (HRAO) ର ମିଳିତ ସହଯୋଗର ଏକ ଅଂଶ ଭାବରେ, ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ସହଭାଗିତାରେ ମିଲେଟ୍ସ ରେସିପି ଟ୍ରେନିଂ ଆୟୋଜିତ ହୋଇଛି।

ବିଭିନ୍ନ ହୋଟେଲରୁ ସେଫ୍ ବା ରୋଷେୟାମାନଙ୍କ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମିଲେଟ୍ସ ରେସିପି ତାଲିମ ସେପ୍ଟେମ୍ବର ୧୧ ଏବଂ ୧୨ ରେ ଆଇଏଚଏମ ଭୁବନେଶ୍ୱରରେ ମୁଖ୍ୟ ପାଠ୍ୟକ୍ରମ ମିଲେଟ ଆଇଟମ୍ ଉପରେ ଧ୍ୟାନ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରସିଦ୍ଧ ହୋଟେଲ ଯଥା- ମେଫେୟାର ଲାଗୁନ୍, ସ୍ୱସ୍ଥି ପ୍ରିମିୟମ୍, ଏମ୍ପାୟାର୍ସ, ଦି ନ୍ୟୁ ମାରିୟନ୍, ହୋଟେଲ ବାରଜୋର୍ଜିସ୍, ପ୍ରମୋଦ ରିସୋର୍ଟ ଇତ୍ୟାଦିର ସେଫମାନେ ଯୋଗ ଦେଇଥିଲେ।

ଏହାପୂର୍ବରୁ, ମିଲେଟ୍ସ ପ୍ରସ୍ତୁତି ଜଳଖିଆ ଏବଂ ବେକେରୀ ପ୍ରସ୍ତୁତି ସାମଗ୍ରୀ ଉପରେ ସେଫମାନଙ୍କୁ ପ୍ରଥମ ପର୍ଯ୍ୟାୟ ମିଲେଟ୍ସ ରେସିପି ତାଲିମ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ରୋଷେୟାମାନେ ସକରାତ୍ମକ ଭାବରେ ଗ୍ରହଣ କରିଥିଲେ। ସେମାନେ ବିଭିନ୍ନ ଅଭିନବ ତଥା ପାରମ୍ପାରିକ ମିଲେଟ୍ସ ପ୍ରସ୍ତୁତି ରେସିପି ତିଆରି କରିବାକୁ ଚେଷ୍ଟା କରିଥିଲେ। ଯାହା କେବଳ ସ୍ୱାଦରେ ନୁହେଁ ବରଂ ସ୍ୱାସ୍ଥ୍ୟକର ବିକଳ୍ପ ମଧ୍ୟ ଅଟେ।

ତାଲିମର ଦ୍ୱିତୀୟ ଦିନରେ କୃଷି ବିଭାଗର ଯୁଗମ ନିର୍ଦ୍ଦେଶକ ଗୌରହରି ବିଶ୍ୱାଳ ଯୋଗ ଦେଇ ମିଲେଟ୍ସ ରେସିପିକୁ ଉତ୍ସହିତ କରିଥିଲେ। ଓଡି଼ଶା ମିଲେଟ ମିଶନ ଓ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଓଡିଶା ମଧ୍ୟରେ ଏହି ଦୀର୍ଘକାଳୀନ ସହଯୋଗ ଓଡିଶାର ପ୍ରତ୍ୟେକ ପରିବାରରେ ମିଲେଟ୍ସର ଲୋକପ୍ରିୟତା ବୃଦ୍ଧି ପାଇଁ ପଥ ପରିଷ୍କାର କରିବ।

Comments are closed.