Latest Odisha News

BREAKING NEWS

ଏବେ ବ୍ୟସ୍ତ ଅଛି..ସନ୍ଧ୍ୟାରେ କଥା ହେବି… ସହିଦ ପୁଅର ଶେଷକଥା ମନେ ପକାଇ କାନ୍ଦୁଛନ୍ତି ପରିବାର

ଜମ୍ମୁ:  ଏବେ ବ୍ୟସ୍ତ ଅଛି..ସନ୍ଧ୍ୟାରେ କଥା ହେବି.. । ପୁଅର ଫୋନକୁ ଅପେକ୍ଷା କରିଛନ୍ତି ପରିବାର ଲାେକେ । ସନ୍ଧ୍ୟା ଆସିଲା ହେଲେ ପୁଅର କଲ ଆସିଲାନି । ଶେଷର ଆସିଲା ଏ ଛାତିଫଟା  ଖବର । ପୁଅ ଆତଙ୍କୀ ସହ ଲଢି ଡାକ୍ତରଖାନାରେ ଆଉ ଏହାର କିଛି ସମୟରେ ଆସିଥିଲା ପୁଅର ସହିଦ ଖବର। ୬୮ ବର୍ଷ ବୟସ୍କ ମା’ ମୁଣ୍ଡ ପିଟି କାନ୍ଦୁଛନ୍ତି…ଭାବୁଛନ୍ତି,ଆହା..ସେତିକିବେଳେ ପଦେ କଥା ହୋଇଥାନ୍ତେ ହେଲେ…

ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଆତଙ୍କୀଙ୍କୁ ହଟାଇବାକୁ ଯାଇ ଜୀବନ ଦେଇଛନ୍ତି ଦେଶର ତିନି ଜଣ ବୀର ସନ୍ତାନ । ସର୍ଚ୍ଚ ଅପରେଶନ ସମୟରେ ଆତଙ୍କୀମାନେ ଅତିର୍କିତ ଏମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ସହୀଦ ତିନି ବୀର ଯବାନ ହେଲେ କର୍ନଲ ମନପ୍ରୀତ ସିଂହ, ମେଜର ଆଶିଷ ଏବଂ ଡିଏସପି ହୁମାୟୁଂ ଭଟ । ସହିନ ମନପ୍ରୀତ ବାଟାଲିୟନର ନେତୃତ୍ୱ ନେଉଥିଲେ ।

ବୁଧବାର ସକାଳୁ ସକାଳୁ ଅନନ୍ତନାଗରେ ଅପରେଶନ ପୁଣି ଥରେ ଆରମ୍ଭ ହୋଇଥିଲା । ଗୁଳିକାଣ୍ଡରେ ସେ ଗୁରୁତର ହୋଇଥିଲେ । ପରେ ଶେଷ ନିଃଶ୍ୱାସ  ତ୍ୟାଗ କରିଥିଲେ । ଅପରେଶନ ପୂର୍ବରୁ ମନପ୍ରୀତ ସକାଳ ୬ଟା ୪୫ରେ ନିଜ  ଫୋନ କରି ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ । ତାଙ୍କୁ କହିଥିଲେ, ଏବେ ମୁଁ ବ୍ୟସ୍ତ ଅଛି,ସନ୍ଧ୍ୟାରେ କଲ କରିବି ।ହେଲେ ପରେ ତାଙ୍କର ସହିଦ ହେବାର ଖବର ମିଳିଥିଲା ପରିବାର ଲୋକଙ୍କୁ ।

୪୧ ବର୍ଷ ବୟସ୍କ ମନପ୍ରୀତ ସେନାରେ ୧୭ ବର୍ଷ ଧରି ସେବା ଯୋଗାଇ ଆସୁଛନ୍ତି । ସେ ମୋହାଲି ଜିଲ୍ଲାର ଭଣ୍ଡୋଜିଆ ଗାଁରେ ନିଜ ମା’ ଓ ଛୋଟ ଭା ସନ୍ଦୀପ ସିଂହଙ୍କ ସହ ପତ୍ନୀ ଜଗମିତ ଗ୍ରୋବାଲ, ଦୁଇ ସନ୍ତାନ ୬ ବର୍ଷର ପୁଅ ଏବଂ ୨ ବର୍ଷର ଝିଅଙ୍କ ସହ ରୁହନ୍ତି ।  ଦୁଇ ଦିନ ତଳେ ମନପ୍ରୀତ ସାନ ଭାଇଙ୍କୁ କହିଥିଲେ, ସେ ଖୁବଶୀଘ୍ର ଛୁଟିରେ ଘରକୁ ଯିବେ । ମନପ୍ରୀତଙ୍କ ପରିବାରର ଅଧିକାଂଶ ସଦସ୍ୟ ସେନାରେ କାମ କରନ୍ତି । ମନପ୍ରୀତଙ୍କ ବାପା ସ୍ୱର୍ଗତ ଲଖମୀର ସିଂହ ସେନାରେ ସିପାହୀ ଭାବେ ଭର୍ତ୍ତି ହୋଇଥିଲେ ଏବଂ ହାବିଲଦାର ଭାବେ ଅବସର ନେଇଥିଲେ । ତାଙ୍କର ଚାଚା ବି ସେନାରେ କାମ କରୁଥିଲେ ।

ଜମ୍ମୁ କଶ୍ମୀରରେ ଆତଙ୍କୀଙ୍କୁ ନିପାତ କରିବାରେ ସିଦ୍ଧହସ୍ତ ଥିଲେ ମନପ୍ରୀତ । ତାଙ୍କ ବୀରତା ପାଇଁ ୨୦୨୧ରେ ତାଙ୍କୁ ସେନା ପଦକରେ ସମ୍ମାନିତ କରାଯାଇଥିଲା । ୧୭ ବର୍ଷ ମଧ୍ୟରେ ୫ବର୍ଷ ଧରି ରାଷ୍ଟ୍ରୀୟ ରାଇଫଳ୍ସ ବାଟାଲିୟନ ସହ ସେକେଣ୍ଡ ଇନ କମାଣ୍ଡ ଏବଂ କମାଣ୍ଡିଂ ଅଫିସର ଭାବେ ଦାୟିତ୍ୱ ତୁଲାଇଥିଲେ ।

ଆଜି ସନ୍ଧ୍ୟାରେ ମନପ୍ରୀତଙ୍କ ସହ ମେଜର ଆଶିଷଙ୍କୁ ଏୟାର ଲିଫ୍ଟ କରାଯାଇ ଶ୍ରୀନଗର ଅଣାଯାଇଛି ଏବଂ ସନ୍ଧ୍ୟାରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ଭାରତୀୟ ସେନାର ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ସେଠାରେ ଆହୁରି ୨ରୁ ୩ଜଣ ଆତଙ୍କୀ ଲୁଚି ରହିଥିବା ଅନୁମାନ କରାଯାଉଛି  । ସୁରକ୍ଷାକର୍ମୀଙ୍କ  ପକ୍ଷରୁ ଅପରେଶନ ଜାରି ରହିଛି ।

Leave A Reply

Your email address will not be published.