Latest Odisha News

BREAKING NEWS

ଦେଶରେ ପର୍ଯ୍ୟାପ୍ତ ଚିନି ଅଛି ତେଣୁ ଦର ବଢିବନି : ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ

ନୂଆଦିଲ୍ଲୀ: ପୂରା ଦେଶ ପାଇଁ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ଚିନି ଉପଲବ୍ଧ ଅଛି । ବର୍ତ୍ତମାନ ଚିନି ସିଜିନ୍ (ଅକ୍ଟୋବର-ସେପ୍ଟେମ୍ବର) ୨୨୨-୨୩ ସେପ୍ଟେମ୍ବର ୩୦,  ୨୦୨୩ରେ ଶେଷ ହେଉଛି । ଭାରତ ଏହା ପୂର୍ବରୁ ୩୩୦ ଏଲଏମଟି ଚିନି ଉତ୍ପାଦନ ପାର କରିସାରିଛି । ଏଥିରେ ଏଥେନାଲ ଉତ୍ପାଦନ ପାଇଁ ପ୍ରାୟ ୪୩ଏଲଏମଟିର ଡାୟବର୍ଜନ ସାମିଲ ହୋଇନାହିଁ । ତେଣୁ ଦେଶର ଚିନି ଉତ୍ପାଦନ ପାଖାପାଖି ୩୭୩ ଏଲଏମଟି ହେବ ଯାହା ଗତ ୫ବର୍ଷ ଭିତରେ ସର୍ବାଧିକ ।

ଦେଶରେ ଲୋକଙ୍କ ସୁବିଧା ଏବଂ ଚାଷୀଙ୍କ ଲାଭକୁ ଦୃଷ୍ଟିରେ ରଖି ଭାରତ ରପ୍ତାନୀ କୋଟା କେବଳ ୬୧ ଏଲଏମଟିରେ ସୀମିତ ରଖିଛି ।  ଏହାର ଫଳ ସ୍ୱରୂପ ୨୦୨୩ ଅଗଷ୍ଟ  ଶେଷ ସୁଦ୍ଧା ପାଖାପାଖି ୮୩ ଏଲଏମଟି ଚିନି ମହଜୁଦ ରହିବ । ଏହି ମହଜୁଦି ପାଖାପାଖି ସାଢେ ୩ ମାସ ପର୍ଯ୍ୟନ୍ତ ଆବଶ୍ୟକତାକୁ ପୂରଣ କରିବ । ଏହି ତଥ୍ୟ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତ କରିଛି ଯେ ଭବିଷ୍ୟତରେ ଚିନି ଉଚିତ ମୂଲ୍ୟରେ ଉପଲବ୍ଧ ହେବର ଆଶା ରହିଛି  ।

ଆଇଏମଡିର ପୂର୍ବାନୁମାନ ଅନୁସାରେ, ବର୍ତ୍ତମାନ ୨୦୨୩ ସେପ୍ଟେମ୍ବର ସୁଦ୍ଧା  ମୌସୁମୀ ସ୍ୱାଭାବିକ ରହିଛି । ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ମଧ୍ୟ ଭଲ ବର୍ଷା ହୋଇଛି ଯାହା ଆଖୁ ଚାଷ ପାଇଁ ଅନୁକୁଳ । ତେଣୁ ୨୦୨୩-୨୪ ଚିନି ସିଜିନରେ ଏହା ରିକଭରି କରିପାରିବ  ।

ସୂଚନାଥାଉ କି, ଭାରତ ସରକାର ସବିବେଳେ ଉପଭୋକ୍ତାଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଆସିଛନ୍ତି । ଆବଶ୍ୟକତା ପୂରଣ ପରେ ଯଦି ବଳେ ତେବେ ସରକାର ଚିନି ରପ୍ତାନୀ କରିଥାନ୍ତି ।  ଏହି ବ୍ୟବସ୍ଥା ଯୋଗୁ ଘରୋଇ ବଜାରରେ ମୂଲ୍ୟର ସ୍ଥିରତା ରକ୍ଷା କରାଯାଇ ପାରିଥାଏ । ସେତିକି ନୁହେଁ, ବିଶ୍ୱରେ ସବୁଠାରୁ କମ ଦାମରେ ଭାରତରେ ଚିନି ଉପଲବ୍ଧ ହୋଇଥାଏ ।

Leave A Reply

Your email address will not be published.