Latest Odisha News

BREAKING NEWS

ଓମିକ୍ରନ ଚିନ୍ତା, ଆଜି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନକୁ ନେଇ ବଢ଼ିଛି ଚିନ୍ତା । ସାରା ବିଶ୍ୱରେ ଓମିକ୍ରନ ବ୍ୟାପିବାରେ ଲାଗିଛି । ଗତକାଲି ରାଜ୍ୟରୁ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟକୁ ଚିନ୍ତା ଘାରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆଜି ଲୋକସେବା ଭବନରେ ଓମିକ୍ରନ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହେବ ।

ବୈଠକରେ ଓମିକ୍ରନ ମୁକାବିଲା କିପରି କରିହେବ ସେନେଇ ଆଲୋଚନା ହେବ । ମଧ୍ୟାହ୍ନ ୧୨ଟା ୩୦ମିନିଟରେ ଏହି ବୈଠକ ବସିବ । ଏଥିରେ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି ଯୋଗଦେବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.