ଭୁବନେଶ୍ୱର : ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ବରେ ୪ ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ରାଜଭବନଠାରେ ସାକ୍ଷାତ କରିଛନ୍ତି । ତାସହ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଏହି ସ୍ମାରକପତ୍ରରେ ଦର୍ଶାଯାଇଥିବା ଦାବି ଗୁଡିକ ହେଉଛି ,
ପାରାଦୀପ-ହରିଦାସପୁର ପାସେଞ୍ଜର ଟ୍ରେନ୍ ଚଳାଇବା ।
ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ୪୦ ଲକ୍ଷ ଲୋକଙ୍କ ପାଇଁ ଆଇଓସିଏଲ୍ ପାରାଦୀପ ଓ ପାରାଦୀପ ପୋର୍ଟ, ଇଫ୍କୋ ଆନୁକୂଲ୍ୟରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ୍ କଲେଜ ପ୍ରତିଷ୍ଠାରେ ସହ ଏହି ମେଡିକାଲ କଲେଜକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦାବି କରାଯାଇଛି । ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା ସଦରରେ ଥିବା ହସ୍ପିଟାଲ କୁ ସୁପର ସ୍ପେଶିଆଲ ହସ୍ପିଟାଲରେ ପରିଣତ କରିବାକୁ ଦାବି କରାଯାଇଛି ।
ସେହିଭଳି ସୁନ୍ଦରଗଡ଼ ମେଡିକାଲ୍ କଲେଜକୁ ଦ୍ବିତୀୟ ଏଆଇଆଇଏମ୍ଏସ୍ ର ମାନ୍ୟତା ଦେବା ସହିତ ଏହାକୁ ଆଦିବାସୀ ବିପ୍ଳବୀ ନିର୍ମଳ ମୁଣ୍ଡାଙ୍କ ନାମରେ ନାମିତ କରାଯାଉ ଦାବି କରାଯାଇଛି ।
ତାଳଚେର ମେଡିକାଲ୍ କଲେଜକୁ ଭାରତ ବର୍ଷର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ନାମରେ ନାମିତ କରିବା ପାଇଁ ଦାବି କରାଯାଇଛି ।
ଭୁବନେଶ୍ୱରରେ ଏକ ଇଏସଆଇ ହସ୍ପିଟାଲ କରିବାକୁ ଦାବି କରାଯାଇଛି ।
ଦେଶରେ ଥିବା ଏଆଇଆଇଏମ୍ଏସ୍ ଗୁଡିକର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିବାରୁ ଏଆଇଆଇଏମ୍ଏସ୍ ଭୁବନେଶ୍ବରର ନାମ ପରିବର୍ତ୍ତନ ବନ୍ଦ କରିବାକୁ ଦାବି କରାଯାଇଥିଲା । କାରଣ ୨୦୦୩ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭୁବନେଶ୍ବରଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଏଆଇଆଇଏମ୍ଏସ୍ ପ୍ରତିଷ୍ଠା ହୋଇଥିଲା । ତେଣୁ ଭୁବନେଶ୍ଵରରେ ଥିବା ଏଆଇଆଇଏମ୍ଏସ୍ ର ନାମ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ପ୍ରତିଷ୍ଠା କରିବାକୁ ସମଜାବାଦୀ ପାର୍ଟି ପକ୍ଷରୁ ଦାବି କରାଯାଇଛି ।
Comments are closed.