Latest Odisha News

BREAKING NEWS

ଗାଡ଼ି ଚାଳକଙ୍କୁ ଗିରଫ ଦାବିରେ ଥାନା ଘେରାଉ

ବ୍ରହ୍ମପୁର: ଗତ ୧୦ ତାରିଖରେ ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତାର ନାରାୟଣପୁର ମୁଖ୍ୟ ରାସ୍ତା ପାର୍ଶ୍ଵରେ କାଳିଆ ବିଷୋୟୀ(୩୮) ନାମକ ଜଣେ ବ୍ୟକ୍ତି ଛିଡ଼ା ହୋଇଥିବା ବେଳେ ବେପରୁଆ ଭାବେ ଗାଡି ଚଳାଇ ଆସୁଥିବା ଜଣେ କାର ହଠାତ୍ ଧକ୍କା ଦେଇଥିଲା । ଫଳରେ କାଳିଆଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।

BjdElectrycity

ବର୍ତମାନ କାଳିଆଙ୍କ ଚିକିତ୍ସା ଚାଲିଥିବା ବେଳେ ପୁଲିସ ଏହି ଘଟଣାରେ କାହାକୁ ଗିରଫ ନ କରି କେବଳ କାର୍ କୁ ଜବତ କରିଛି । ତେଣୁ ଗାଡ଼ି ଚାଳକକୁ ଗିରଫ କରିବା ଦାବି ନେଇ ମଙ୍ଗଳବାର ନାରାୟପୁର ଗ୍ରାମବାସୀ ବ୍ରହ୍ମପୁର ସଦର ଥାନା ଘେରାଉ କରିଥିବା ସୂଚନା ମିଳିଛି। ଖବର ଲେଖା ହେବା ବେଳକୁ ଘେରାଉ ଚାଲିଛି।

Leave A Reply

Your email address will not be published.