Latest Odisha News

BREAKING NEWS

ଆମେରିକା ଏୟାର ଶୋ ବେଳେ ସାମରିକ ବିମାନ ଧକ୍କା, ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆମେରିକା ଡଲାସରେ ଦୁଇ ସାମରିକ ବିମାନ ଧକ୍କା  । ଦୁର୍ଘଟଣାରେ ୬ ଜଣଙ୍କ ଚାଲିଗଲା ଜୀବନ  । ଡଲାସରେ ଏକ ଏୟାର ଶୋ’ର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଂ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଘଟିଥିବା ନେଇ ଫେଡେରାଲ ଏଭିଏଶନ ଆଡିମିନିଷ୍ଟ୍ରେସନ ସୂଚନା ଦେଇଛନ୍ତି  ।

ଏୟାର ଶୋ ସମୟରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ଦ୍ବାରା କଏଦ ହୋଇଥିବା ଦୃଶ୍ୟ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେଉଛି  । ଭିଡିଓରେ ବିମାନ ଦୁଇଟି ଧକ୍କା ହେବା ପରେ ତଳେ ପଡି ଅଗ୍ନି ବଳୟରେ ଲୀନ ହେଉଥିବା ଦେଖିବାକୁ ମିଳିଛି  । ଦୁର୍ଘଟଣା ପରେ ବିମାନର କ୍ରୁ ସଦସ୍ୟଙ୍କୁ ଖୋଜାଚାଲିଛି । ହେଲେ ଉଭୟ ବିମାନରେ କେତେ ଲୋକ ଥିଲେ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ଏନେଇ ଏଫଏଏ ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏହି ଘଟଣାର ତଦନ୍ତ ଜାରି ରଖିଛି  ।

Leave A Reply

Your email address will not be published.