Latest Odisha News

BREAKING NEWS

ଆମେରିକା ଏୟାର ଶୋ ବେଳେ ଦୁଇ ବିମାନ ମୁହାଁମୁହିଁ ଧକ୍କା

ନୂଆଦିଲ୍ଲୀ : ଆମେରିକା ଏୟାର ଶୋ ସମୟରେ ବଡ଼ ଦୁର୍ଘଟଣା । ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇଥିଲା । ଡଲାସରେ ଶନିବାର ଏକ ଏୟାର ଶୋ’ର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଂ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଘଟିଥିବା ନେଇ ଫେଡେରାଲ ଏଭିଏଶନ ଆଡିମିନିଷ୍ଟ୍ରେସନ ସୂଚନା ଦେଇଛି।

ତେବେ ବିମାନରେ କେତେ ଜଣ ବସିଥିଲେ। ଦୁର୍ଘଟଣାରେ କାହାର ଜୀବନ ଯାଇଛି କି ନାହିଁ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ଏୟାର ଶୋ ସମୟରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ଦ୍ବାରା କଏଦ ହୋଇଥିବା ଦୃଶ୍ୟ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେଉଛି  । ଭିଡିଓରେ ବିମାନ ଦୁଇଟି ଧକ୍କା ହେବା ପରେ ତଳେ ପଡି ଅଗ୍ନି ବଳୟରେ ଲୀନ ହେଉଥିବା ଦେଖିବାକୁ ମିଳିଛି  । ଘଟଣା ସ୍ଥଳରେ ଏମରଜେନ୍ସି ଷ୍ଟାଫ୍ ପହଞ୍ଚି ସତର୍କତା ମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ । ଏଫଏଏ ଏବଂ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

 

Leave A Reply

Your email address will not be published.