Latest Odisha News

BREAKING NEWS

ଆଜିଠୁ ସଂସଦର ଶୀତକାଳୀନ ଅଧିବେସନ, ୨୧ଟି ପ୍ରସଙ୍ଗରେ ହେବ ଆଲୋଚନା

ଭୁବନେଶ୍ଵର: ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ । ୧୭ତମ ଲୋକସଭାର ଚତୁର୍ଦ୍ଦଶ ଅଧିବେଶନ ଭାବେ ଏହି ଅଧିବେଶନ ଆଜି ଠାରୁ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୯ ଦିନ ଧରି ଚାଲିବ।

ଅଧିବେଶନରେ ୨୧ଟି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସେଥିମଧ୍ୟରୁ ୧୯ଟି ବିଧେୟକ ଓ ୨ଟି ବିତ୍ତୀୟ ଚିଠା ରହିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ବିଧାନସଭା ନିର୍ବାଚନ ଗଣତିର ପ୍ରଭାବ ଏଥର ଶୀତକାଳୀନ ଅଧିବେଶନ ଉପରେ ପଡିବ। ସଂସଦର ଶୀତ ଅଧିବେଶନରେ ଗୁରୁତ୍ବପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହେବ ।

ଏହି ସମୟ ମଧ୍ୟରେ ୧୫ ଟି ବୈଠକ ହେବା ନେଇ ସୂଚନା ରହିଛି । ଗୋଟେ ପଟେ ନିର୍ବାଚନ ଫଳାଫଳକୁ ନେଇ ବିଜେପି ଉତ୍ସିହିତ ଥିବେ ବେଳେ ଆଜି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବ ବିରୋଧୀ । ମଣିପୁରରେ ଯାଞ୍ଚ କମିଟିର ଦୁରୁପଯୋଗ ପ୍ରସଙ୍ଗ ଉଠାଇ ସରକାଙ୍କୁ ଟାର୍ଗେଟ୍ କରିବେ ବିରୋଧୀ ।

ଆଜି ପ୍ରଥମ ଦିନରେ ମହୁଆ ମୈତ୍ରା ମାମଲାରେ ଲୋକସଭା ଏଥିକ୍ସ କମିଟି ନିଜ ରିପୋର୍ଟ ଉପସ୍ଥାପିକ କରିବ । ମହୁଆ ମୈତ୍ରଙ୍କ ବିରୋଧରେ ‘ଟଙ୍କା ନେଇ ପ୍ରଶ୍ନ ପଚାରିବା’ ଅଭିଯୋଗ ଉପରେ ଶୀତ ଅଧିବେଶନର ପ୍ରଥମ ଦିନରେ ନୈତିକ କମିଟି ଲୋକସଭାରେ ଏହାର ରିପୋର୍ଟ ଉପସ୍ଥାପନ କରିବ। କମିଟି ମହୁଆଙ୍କୁ ବହିଷ୍କାର କରିବାକୁ ପରାମର୍ଶ ଦେଇଛି। ଯଦି ଗୃହ ଏହି ରିପୋର୍ଟକୁ ଗ୍ରହଣ କରେ ତେବେ ମହୁଆ ମୈତ୍ର ବହିଷ୍କାର କରାଯିବ ।

Leave A Reply

Your email address will not be published.