Latest Odisha News

BREAKING NEWS

ପିପିଲି ଉପନିର୍ବାଚନ ଫଳାଫଳ: କାଲି ସକାଳ ୮ଟାରୁ ଭୋଟ ଗଣତି

ଭୁବନେଶ୍ବର : ଆସନ୍ତାକାଲି ଆସିବ ପିପିଲି ଉପନିର୍ବାଚନ ରେଜଲ୍ଟ । ଭୋଟ ଗଣତି ଲାଗି ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି ହେବ । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ହେବ ଭୋଟ ଗଣତି ହୋକୁ ଥିବା ବେଳେ, ୬୨ ଜଣ ସରକାରୀ ଅଧିକାରୀଙ୍କୁ ଗଣତିରେ ନିୟୋଜିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ହେବ । ଏହା ପରେ ୮ଟା ୩୦ରୁ ଇଭିଏମରେ ପଡିଥିବା ଭୋଟକୁ ଗଣତି କରାଯିବ । ଦୁଇଟି କାଉଣ୍ଟର କରାଯିବା ସହ ୩ଟି ହଲରେ ହେବ ଭୋଟ ଗଣତି । ମୋଟ ୧୪ଟି ଟେବୁଲରେ ଭୋଟ ଗଣତି କରଯିବ । ଗୋଟିଏ ହଲରେ ରହିବ ୭ଟି ଟେବୁଲ । କାଉଣ୍ଟିଂ ରେଜଲ୍ଟ କ୍ୟାମେରା ମାଧ୍ୟମରେ ସ୍କ୍ରିନିଂ କରାଯିବ । ପ୍ରତି ରାଉଣ୍ଡରେ ଫଳାଫଳ ପ୍ରକାଶ କରାଯିବ ବୋଲି ପ୍ରକାଶ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।

ପିପିଲି ଉପନିର୍ବାଚନରେ ଏଥର ୭୮.୨୫ % ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ । ଏଥର ନିର୍ବାଚନରେ ବିଜେଡି ପକ୍ଷରୁ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀ ହୋଇଥିବା ବେଳେ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି ।

Leave A Reply

Your email address will not be published.