Latest Odisha News

BREAKING NEWS

ଅଗଷ୍ଟ ୩ରୁ ଅନଲାଇନ ସାଟ ଆଡ଼ମିସନ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଆଡ଼ମିସନ ଟେଷ୍ଟ (ସାଟ-୨୦୨୦) ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି।

ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ଟୁ ବି ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ଅନଲାଇନ ପରୀକ୍ଷା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ପରିଚାଳନା କରାଯାଉଛି।

ଦୁଇଟି ପର୍ଯ୍ୟାୟରେ ଏହି ଅନଲାଇନ ପରୀକ୍ଷା କରାଯାଉଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ୩ରୁ ୭ ଏବଂ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଅଗଷ୍ଟ ୧୦ରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ସୂଚନା ଦିଆ ଯାଇଛି।

ସୋଆରେ ନାମ ଲେଖାଇବା ନିମନ୍ତେ ଇଚ୍ଛୁକ ଛାତ୍ରଛାତ୍ରୀ ମାନେ ସାଟ ଆଡ଼ମିସନ ଫର୍ମ ପୂରଣ କରି ଏହି ଜାତୀୟସ୍ତରୀୟ ପରୀକ୍ଷା ଦେଇପାରିବେ।

ଫର୍ମ ପୂରଣର ଶେଷ ତାରିଖ ଜୁଲାଇ ୩୧ ରହିଥିଲା। ହେଲେ ଏହାକୁ ଅଗଷ୍ଟ ୫ ପର୍ଯ୍ୟାୟ ବୃଦ୍ଧି କରାଯାଇଛି।

ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଫାରମାସିଉଟିକାଲ ସାଇନସସ, ମ୍ୟାନେଜମେଣ୍ଟ, ନର୍ସିଂ, ଏଗ୍ରିକଲଚର, ଲ ଏବଂ ହୋଟେଲ ମ୍ୟାନେଜମେଣ୍ଟର ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଠ୍ୟକ୍ରମରେ ଆଡ଼ମିସନ ନିମନ୍ତେ ଏହି ପରୀକ୍ଷା ପରିଚାଳନା କରାଯାଉଛି।

ସୋଆର ଆଡ଼ମିସନ ଅଧିକାରୀ ମେରିଟ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କ ତାଲିକା ପ୍ରସ୍ତୁତ କରିବେ।

ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପ୍ରୋଗ୍ରାମରେ ଆଡ଼ମିସନ ନିମନ୍ତେ ସାଟ ର ଫଳାଫଳ ଓ ଜେଇଇ ମେନର ସ୍କୋରକାର୍ଡ ଅନୁଧ୍ୟାନ କରାଯିବ। ମେଡିକାଲ ସାଇନସେସ ଓ ଡେଣ୍ଟାଲ ସାଇନସେସ ପ୍ରୋଗ୍ରାମରେ ଆଡ଼ମିସନ ନିମନ୍ତେ ନୀଟ ପରୀକ୍ଷାର ସ୍କୋର କାର୍ଡକୁ ଅନୁଧ୍ୟାନ କରାଯିବ ବୋଲି ସୋଆ ପକ୍ଷରୁ ସୂଚନା ଦିଆ ଯାଇଛି।

ସୋଆ ସଂରକ୍ଷଣ ନୀତି ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କ୍ଷେତ୍ରରେ ଆଡ଼ମିସନ ନିମନ୍ତେ ଯଥାକ୍ରମେ ୧୫ ପ୍ରତିଶତ ଓ ୭.୫ ପ୍ରତିଶତ ସିଟ ସଂରକ୍ଷିତ ରଖାଯାଇଛି।

ସେହିପରି ମହିଳାଙ୍କ କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ରହିଥିବା ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆ ଯାଇଛି।

Leave A Reply

Your email address will not be published.