Latest Odisha News

BREAKING NEWS

ରାମମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ଯିବେନି ଆଡଭାନୀ ଓ ଯୋଶୀ

ନୂଆଦିଲ୍ଲୀ: ଅଗଷ୍ଟ ୫ରେ ପୂରଣ ହେବ ବହୁ ବର୍ଷର ସ୍ୱପ୍ନ । ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରାଯାଇଛି। ଏଥିଲାଗି ପ୍ରସ୍ତୁତି ଏବେ ଚୂଡାନ୍ତ ପର‌୍ୟ୍ୟାୟରେ ପହଞ୍ଚିଛି। ତେବେ ଦେଶର ରାମମନ୍ଦିର ଆନ୍ଦୋଳନର ନେତୃତ୍ୱ ନେଇଥିବା ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀ କିନ୍ତୁ କାର‌୍ୟ୍ୟକ୍ରମକୁ ଆସିବେ ନାହିଁ। ଉଭୟ ଭିଡିଓ କନଫରେନସିଂ ମାଧ୍ୟମରେ କାର‌୍ୟ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି ।

ନିର୍ମାଣ କାର୍ଯ୍ୟର ତଦାରଖ କରିବା ପାଇଁ ଶନିବାର ଟ୍ରଷ୍ଟ ପକ୍ଷରୁ ଲାଲକୃଷ୍ଣ ଆଡଭାନୀ ଏବଂ ମୂରଲୀ ମନହୋର ଯୋଶୀଙ୍କୁ ଫୋନ ମାଧ୍ୟରେ ନିମନ୍ତ୍ରଣ କରାଯାଇଛି । ଏଥିସହ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ମଧ୍ୟ ଏହି ଦୁଇ ବରିଷ୍ଠ ନେତାଙ୍କୁ ନିମନ୍ତ୍ରଣ ପଠାଇଛନ୍ତି ।ତେବେ କୌଣସି ଅଜ୍ଞାତ କାରଣ ଯୋଗୁ ଉଭୟ ନେତା କାର୍ଯ୍ୟକ୍ରମରେ ଭୌତିକ ରୂପେ ଯୋଗ ଦେଇ ନ ପାରିନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।

ଅଯୋଧ୍ୟାରେ ହେବାକୁ ଯାଉଥିବା ଭୂମି ପୂଜା କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କିଛି ବିଶିଷ୍ଟ ବ୍ୟାକ୍ତିଙ୍କୁ ଆମନ୍ତ୍ରିତ କରାଯାଉଛି।  ଏଥିରେ ସଂଘ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦି ବେନ୍‌, ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟ ଗୋପାଲ ଦାସ ମାହାରାଜ ପ୍ରମୁଖ ଆମନ୍ତ୍ରିତ ଅଛନ୍ତି।

Leave A Reply

Your email address will not be published.