Latest Odisha News

ଅଯୋଧ୍ୟାରେ ହେବ ଭବ୍ୟ ଦୀପୋତ୍ସବ, ସାମିଲ ହେବେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ଚଳିତ ବର୍ଷ ଅଯୋଧ୍ୟାରେ ଭବ୍ୟ ଦୀପୋତ୍ସବ ପାଳନ କରାଯିବ । ଏହି ଉତ୍ସବରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ରବିବାର ଦିନ ଅଯୋଧ୍ୟା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି।  ଅଯୋଧ୍ୟାରେ ଦୀପୋତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦୀପୋତ୍ସବରେ ଯୋଗ ଦେଉଥିବାରୁ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଲାଗିପଡ଼ିଛନ୍ତି । ଅଯୋଧ୍ୟାରେ ଦୀପୋତ୍ସବର ଏହା ଷଷ୍ଠ ସଂସ୍କରଣ ହୋଇଥିବା ବେଳେ  ୧୫ ଲକ୍ଷରୁ ଅଧିକ ଦୀପ ଜଳିବା ପାଇଁ ପ୍ରସ୍ତୁତି ଚାଲିଛି।

ଦୀପୋତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀ ‌ମୋଦୀ ଶ୍ରୀ ରାମଲାଲା ବିରାଜମାନଙ୍କ ଦର୍ଶନ କରିବା ସହ  ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମୋଦୀ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ନିର୍ମାଣ କାର୍ଯ୍ୟ ବୁଲି ଦେଖିବେ । ସରଜୁ ନଦୀର ସୁସଜ୍ଜିତ  ଘାଟରେ ଆରତୀ ଦେଖିବା ପରେ ଦୀପୋତ୍ସବ ଆରମ୍ଭ ହେବ।

ଉତ୍ତରପ୍ର‌‌ଦେଶର ଯୋଗୀ ସରକାର ଅଯୋଧ୍ୟା ଦୀପୋତ୍ସବ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ଗତ ବର୍ଷ ୯ ଲକ୍ଷ ଦୀପ ଜଳାଇ ବିଶ୍ବ ରେକର୍ଡ ସୃଷ୍ଟି କରାଯାଇଥିଲା ।

Comments are closed.