Latest Odisha News

BREAKING NEWS

‘ରୋଜଗାର ମେଳା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ: ପ୍ରଥମ ଦଫାରେ ମିଳିବ ୭୫ ହଜାର ନୂଆ ନିଯୁକ୍ତି

ଦୀପାବଳି ପୂର୍ବରୁ ଧନତେରାସରେ ମିଳିବ ନିଯୁକ୍ତି

ଭୁବନେଶ୍ବର : ଦୀପାବଳି ପୂର୍ବରୁ ଯୁବପିଢୀଙ୍କୁ ମିଳିବ ନିଯୁକ୍ତି ।  ଆଜି ‘ରୋଜଗାର ମେଳା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଦଫାରେ ମିଳିବ ୭୫ ହଜାର ନୂଆ ନିଯୁକ୍ତି। ଆଜି ପୂର୍ବାହ୍ନ 11ଟାରେ ପିଏମ ମୋଦି  ‘ରୋଜଗାର ମେଳା’ର ଶୁଭାରମ୍ଭ କରିବେ।  ୧୦ଲକ୍ଷ କର୍ମଚାରୀଙ୍କ ପାଇଁ ଆରମ୍ଭ ହେବାକୁ ଥିବା ଏହି ନିଯୁକ୍ତି ଅଭିଯାନର ପ୍ରଥମ ପର୍ଯ୍ୟାୟରେ 75 ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଯୁବକ ଯୁବତୀମାନଙ୍କୁ କର୍ମନିଯୁକ୍ତି ସୁଯୋଗ  ସୁନିଶ୍ଚିତ କରିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।  ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପ୍ରତ୍ୟେକ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ମଞ୍ଜୁରପ୍ରାପ୍ତ ପଦବୀ ଅଧୀନରେ ଖାଲି ସ୍ଥାନଗୁଡ଼ିକୁ  ପୂରଣ କରାଯିବ ।

BjdElectrycity

 ଭାରତ ସରକାରଙ୍କ ୩୮ଟି ମନ୍ତ୍ରଣାଳୟ ଓ ବିଭାଗରେ ଏହି ନିଯୁକ୍ତି ମିଳିବ । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଡ଼ି ହେବେ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀ । ଭୁବନେଶ୍ବର ରେଲୱେ ଅଡିଟୋରିୟମରେ ଭିସି ଯୋଗେ କାର୍ଯ୍ୟକ୍ରମରେ ଯୋଡ଼ି ହେବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି କଟକ ସହିଦ ଭବନରେ ଉପସ୍ଥିତ ରହିବେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବରର ଟୁଡୁ । ଏବଂ ରାଜସ୍ଥାନ ଜୟପୁରରୁ ଭିସି ଯୋଗେ ଯୋଡ଼ି ହେବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

 ଆଜାଦି କା ଅମୃତ ମହୋତ୍ସବ  କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ “ରୋଜଗାର ମିଶନ” ସର୍ଵ ଭାରତୀୟ ସ୍ତରରେ ଆଜିଠୁ ଆରମ୍ଭ ହେଉଛି ।  ପର୍ଯ୍ୟାୟ କ୍ରମେ ଯୁବବର୍ଗଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ନେଇ ବ୍ୟବସ୍ଥା କରୁଛନ୍ତି। ଆଜି ଦେଶର ବିଭିନ୍ନ ରାଜ୍ୟରେ ପ୍ରଥମ “ରୋଜଗାର ମେଳା” ସର୍ଵଭାରତୀୟ ସ୍ତରରେ ଅନୁଷ୍ଠିତ ହେବାକୁ ଯାଉଛି। ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ  ରୋଜଗାର ମେଳାରେ ପ୍ରାୟ ୭୫ ହଜାର ଯୁବ ବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ।

ରାଜ୍ୟସ୍ତରୀୟ ରୋଜଗାର ମେଳା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ କୁଞ୍ଜ ସନ୍ନିକଟ ରେଳ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟ ସ୍ତରୀୟ ଏହି ଉତ୍ସବରେ ବିଭିନ୍ନ ବିଭାଗର ପ୍ରାୟ ଦୁଇ ଶହ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବିତରଣ କରାଯିବ। ଏହି କାର୍ଯ୍ୟକ୍ରମରେ ଡାକ ବିଭାଗ ସମେତ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାନ ଓ ବିଭାଗ ଯଥା ଆଇ.ଆଇ.ଟି. ଭୁବନେଶ୍ବର, କେନ୍ଦ୍ରୀୟ ସୁରକ୍ଷା ବଳ, ଆୟକର ବିଭାଗ, କେନ୍ଦ୍ରୀୟ ଅବକାରୀ ବିଭାଗ, ଏସ.ଏଲ.ବି.ସି., ଇ.ଏସ.ଆଇ., କେନ୍ଦ୍ରୀୟ ଭୂତଳ ଜଳ ବିଭାଗ, ସୀମା ସୁରକ୍ଷା ବଳ, ଭାରତୀୟ ରେଳବାଇ ଆଦି ବିଭାଗ ସାମିଲ ହୋଇଛନ୍ତି।

ଏହି ରୋଜଗାର ମେଳାରେ କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଶ୍ରୀମତି ଅପରାଜିତା ଷଢ଼ଙ୍ଗୀ ଏବଂ ଅନ୍ୟ ଅତିଥି ବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.