Latest Odisha News

ଗୁରୁ ଦିବସରେ ପୁରସ୍କୃତ ହେବେ ୭୫ ଶିକ୍ଷକ: ଦେଶର ଭାଗ୍ୟ ନିର୍ଦ୍ଧାରକ କହି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଦେଶର ଯୁବ ମସ୍ତିଷ୍କର ବିକାଶରେ ଶିକ୍ଷକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବାରେ ଜଣେ ଭଲ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏମିତି କହି ଶିକ୍ଷକମାନଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଗୁରୁ ଦିବସ ଅବ୍ୟବହିତ ପୂର୍ବରୁ ୭ ଲୋକ କଲ୍ୟାଣ ମାର୍ଗରେ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ପାଇଁ ମନୋନୀତ ୭୫ ଜଣ ଶିକ୍ଷକଙ୍କୁ ଭେଟି ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।

ଆଜି ଗୁରୁଦିବସ ଅବରରରେ ୭୫ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୩ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି  ଶିକ୍ଷକମାନଙ୍କୁ ଏହି ପୁରସ୍କାର  ପ୍ରଦାନ କରିବେ ।  ଏମାନଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଶିକ୍ଷକ ମଧ୍ୟ ଅଛନ୍ତି ।

ପ୍ରତିବର୍ଷ ଗୁରୁଦିବସରେ ଶ୍ରେଷ୍ଠ ଶିକ୍ଷକଙ୍କୁ ରାଷ୍ଟ୍ରପତି ପୁରସ୍କୃତ କରିଥାନ୍ତି । ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ  ଶିକ୍ଷକମାନଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥାଏ । ତେବେ  ଗତକାଲି ଏହି ପୁରସ୍କାର ବିଜେତା ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, ଦେଶର ଯୁବ ମସ୍ତିଷ୍କର ବିକାଶରେ  ଶିକ୍ଷକମାନଙ୍କ ପ୍ରୟାସକୁ ସେ ଭୂରି ପ୍ରଶଂସା କରିଥିଲ । ଭଲ ଶିକ୍ଷକଙ୍କ ମହତ୍ୱ ଏବଂ ଦେଶର ଭାଗ୍ୟକୁ ରୂପ ଦେବାରେ ଶିକ୍ଷକଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ।ତୃଣମୂଳ ସ୍ତରରୁ ଯେଉଁମାନେ ସଫଳତା ହାସଲ କରିଛନ୍ତି ସେମାନଙ୍କ ବିଷୟରେ ପିଲାମାନଙ୍କୁ ଶିକ୍ଷିତ କରି ପ୍ରେରଣା ଦେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ      ।

ଚନ୍ଦ୍ରଯାନ-୩ର ସଦ୍ୟ ସଫଳତା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ବିଜ୍ଞାନ ଓ ପ୍ରୟୁକ୍ତି ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଏକବିଂଶ ଶତାବ୍ଦୀ ପ୍ରଯୁକ୍ତି ସଞ୍ଚାଳିତ ଶତାବ୍ଦୀ ଅଟେ । ତେଣୁ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବା ତଥା ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଉପରେ ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ ।

ସେହିପରି ମିଶନ ଲାଇଫ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ବ୍ୟବହାର ଏବଂ ପୁନଃବ୍ୟବହାର ବା ରିସାଇକ୍ଲିଂ ଉପରେ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ | ଅନେକ ଶିକ୍ଷକ ସେମାନଙ୍କ ବିଦ୍ୟାଳୟରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସୂଚନା ଦେଇଥିଲେ।   ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କୁ ସେମାନଙ୍କ ବୃତ୍ତିରେ କ୍ରମାଗତ ଭାବରେ ଶିଖିବା ଏବଂ  ଦକ୍ଷତାବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.