Latest Odisha News

BREAKING NEWS

ଧୀରେ ଧୀରେ ସୂର୍ଯ୍ୟଙ୍କ ନିକଟତର ହେଉଛି ଆଦିତ୍ୟ L1, ୨ୟ କକ୍ଷପଥ ସଫଳତାର ସହ କଲା ପାର

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ନଜର ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ L1 ଉପରେ ରହିଛି । ସେପ୍ଟେମ୍ବର ୨ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହାକୁ ଉତକ୍ଷେପଣ କରାଯାଇଥିଲା। ପ୍ରାୟ ଚାରି ମାସର ଯାତ୍ରା ପରେ, ଏହା ସୂର୍ଯ୍ୟ ଏବଂ ପୃଥିବୀର ଅକ୍ଷରେ ଅବସ୍ଥିତ L1 ପଏଣ୍ଟରେ ସ୍ଥାପିତ ହେବ | ବର୍ତ୍ତମାନ ଆଦିତ୍ୟ L1 ୨ୟ କକ୍ଷପଥ ସଫଳତାର ସହ ପାର କରିଛି ।

ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ L1 ସଫଳତାର ସହ ପୃଥିବୀର ଦ୍ଵିତୀୟ କକ୍ଷପଥ ପରିବର୍ତ୍ତନ କରିଛି । ବେଙ୍ଗାଲୁରୁର ଆଇଏସ୍‌ଟିଆର୍‌ଏସି କେନ୍ଦ୍ରରୁ ଆଦିତ୍ୟ L1ର କକ୍ଷପଥ ପରିବର୍ତ୍ତନର ଦ୍ୱିତୀୟ ପର୍ଯ୍ୟାୟ ସଫଳତାର ସହ କରାଯାଇଥିଲା। ଏହି ଅପରେଶନ ସମୟରେ ବେଙ୍ଗାଲୁରୁ ଏବଂ ପୋର୍ଟ ବ୍ଲେୟାରରେ ଥିବା ଆଇଟିଆର୍‌ଏସି /ଇସ୍ରୋ ଗ୍ରାଉଣ୍ଡ ଷ୍ଟେଶନ ଉପଗ୍ରହକୁ ଟ୍ରାକ କରିଥିଲା। ବର୍ତ୍ତମାନ ଆଦିତ୍ୟ L1ର ନୂତନ କକ୍ଷପଥ ହେଉଛି ୨୮୨ କିଲୋମିଟର x ୨୦୨୨୫ କିଲୋମିଟର । ପରବର୍ତ୍ତୀ ତୃତୀୟ କକ୍ଷପଥ ବଦଳାଇବା କାର୍ଯ୍ୟ ୧୦ ସେପ୍ଟେମ୍ବର ୨୦୨୩ରେ ପ୍ରାୟ ୨,୩୦ମିନିଟରେ କରାଯିବ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହି ସୂଚନା ଦେଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ଇସ୍ରୋ କହିଛି, ସ୍ୟାଟେଲାଇଟ୍‌ ଦ୍ଵିତୀୟ ଆର୍ଥ ବାଉଣ୍ଡ୍‌ ମ୍ୟାନୁଭର୍‌ ସମାପ୍ତ କରିଛି । ବର୍ତ୍ତମାନ ଏହା ଏକ ନୂତନ କକ୍ଷପଥ ହାସଲ କରିଛି ।

ଭାରତର ପ୍ରଥମ ସୂର୍ଯ୍ୟ ମିଶନ ସେପ୍ଟେମ୍ବର ୨ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରୁ ଆରମ୍ଭ କରାଯାଇଥିଲା। ଇସ୍ରୋର ପିଏସ୍‌ଏଲ୍‌ଭି-ସି୫୭ ରକେଟ ସଫଳତାର ସହିତ ଯାନକୁ ପୃଥିବୀର କକ୍ଷପଥରେ ସ୍ଥାନିତ ହୋଇଥିଲା। ବର୍ତ୍ତମାନ ଏହା ଧୀରେ ଧୀରେ ପୃଥିବୀର କକ୍ଷପଥରୁ ବାହାରି ସୂର୍ଯ୍ୟ ଆଡକୁ ଯିବ । ଇସ୍ରୋ’ କହିଛି ଯେ, ‘ଆଦିତ୍ୟ L1’ ହେଉଛି ସୂର୍ଯ୍ୟ ଅଧ୍ୟୟନ ନିମନ୍ତେ ପ୍ରଥମ ମହାକାଶଭିତ୍ତିକ ‘ପ୍ଲାନେଟରିୟମ୍‌’ ବା ‘ଅବ୍‌ଜ୍‌ର୍‌ଭେଟରି’। ୧୨୫ ଦିନରେ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର୍‌ ଊର୍ଦ୍ଧ୍ବକୁ ଯାତ୍ରା କରି ଏହି ମହାକାଶଯାନ ସୂର୍ଯ୍ୟର ସବୁଠୁ ନିକଟତମ ବୋଲି ବିଚାର କରାଯାଉଥିବା ‘ଲଗ୍‌ରାଞ୍ଜ୍‌ ପଏଣ୍ଟ୍‌ L1’ ଚତୁଃପାର୍ଶ୍ବରେ ଗୋଟାଏ ଫାଙ୍କା କକ୍ଷପଥରେ ପରିକ୍ରମଣ କରିବ। ସୂର୍ଯ୍ୟ ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସମାନ ହୋଇଥିବାରୁ ସେଠାରେ କ୍ଷୁଦ୍ର ଜିନିଷଟିଏ ରଖିଲେ ମଧ୍ୟ ତାହା କାହା ଆଡ଼କୁ ଆକର୍ଷିତ ନ ହୋଇ ରହିପାରେ ।

Leave A Reply

Your email address will not be published.