Latest Odisha News

BREAKING NEWS

ଆଜି ଆକାଶରେ ଦେଖାଯିବେ ୮ ଗ୍ରହ

ମୁମ୍ବାଇ: ଆଜି (୮ ଅଗଷ୍ଟ) ମହାକାଶରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ରିପୋର୍ଟ ମୁତାବକ ରାତିରେ ସୌରଜଗତର ପ୍ରମୁଖ ୮ ଗ୍ରହ ମହାକାଶରେ ଦେଖାଯିବେ । ୬ ଗ୍ରହ ସାମାନ୍ୟ ଆଖିରେ ଏବଂ ନେପଚ୍ୟୁନ, ପ୍ଲୁଟୋ ଟେଲିସ୍କୋପ ମାଧ୍ୟମରେ ଦେଖିହେବ । ସୂର୍ଯ୍ୟ ଚାରିପଟେ ୩୬୦ ଡିଗ୍ରୀ ବୁଲୁଥିବା ଗ୍ରହ ପୃଥିବୀର ସାମ୍ନା ପଟକୁ ଆସିବ । ୮ ଅଗଷ୍ଟରେ ପ୍ରାୟ ୭.୩୦ରେ ପ୍ରଥମେ ବୃହଷ୍ପତି ଗ୍ରହ ପରେ ଶନି ଗ୍ରହ ଦେଖାଯିବ । ୯ଟା ବେଳେ ନେପଚ୍ୟୁନ, ରାତି ୧୧ଟାରେ ମଙ୍ଗଳ ଓ ୧୨ଟାରେ ୟୁରେନେସ ଦେଖାଯିବ । ରାତି ୩ଟାରେ ଶୁକ୍ର ଓ ସକାଳ ୫ଟା ପରେ ବୁଧ ଗ୍ରହ ଦେଖାଯିବ । ଏହି ଗ୍ରହମାନଙ୍କ ବ୍ୟତୀତ ଉପଗ୍ରହ ଚନ୍ଦ୍ର ମଧ୍ୟ ଆକାଶରେ ଦେଖାଯିବ ।

ଗ୍ରହଗୁଡିକ ସବୁ ସମୟରେ ଖାଲି ଆଖିରେ ଦେଖା ନ ଯିବା କାରଣ ସମ୍ପର୍କରେ ଜଣେ ଭୌଗଳିକବିତ୍ କହନ୍ତି, ସୂର୍ଯ୍ୟ ପରକ୍ରମା ସମୟରେ ଅଧିକାଂଶ ଗ୍ରହ ଆକାଶରେ ଥିଲେ ମଧ୍ୟ ସୂର୍ଯ୍ୟଙ୍କ କିରଣ ଯୋଗୁ ଆମେ ଏହାକୁ ଦେଖିପାରୁ ନାହୁଁ । ସୂଯ୍ୟାସ୍ତ ପରେ ଉପରୋକ୍ତ ସଂଯୋଗ ଆସିଲେ ଏହା ଦୃଶ୍ୟମାନ ହୁଏ ।

Leave A Reply

Your email address will not be published.