ନୂଆଦିଲ୍ଲୀ: ୨୫ ଜୁନ ୧୯୮୩ ଭାରତୀୟ କ୍ରୀଡା ଇତିହାସ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ । ଏହି ଦିନ ଭାରତୀୟ କ୍ରିକେଟ ବିଶ୍ୱକପ ଜିତି ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଥିଲା । ବିଶ୍ୱ ବିଜୟୀ ୱେଷ୍ଟଇଣ୍ଡିଜ ଟିମକୁ କପିଳ ଦେବଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ୪୩ ରନରେ ପରାସ୍ତ କରିଥିଲା । ସାରା ବିଶ୍ୱ ସ୍ତବ୍ଧ ହୋଇ ଯାଇଥିଲା । ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ୫୪.୪ ଓଭରରେ ୧୮୩ ରନ କରି ଅଲଆଉଟ ହୋଇ ଯାଇଥିଲା । କ୍ରିଷ୍ମାଚାରୀ ଶ୍ରୀକାନ୍ତ ସର୍ବାଧିକ ୩୮ ରନ କରିଥିଲେ । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଆଗରେ ହାର ମାନିଥିଲା ୱେଷ୍ଟଇଣ୍ଡିଜ । ସମ୍ପୂର୍ଣ୍ଣ ଦଳ ୫୨ ଓଭରରେ ୧୪୦ ରନ କରି ଅଲଆଉଟ ହୋଇ ଯାଇଥିଲେ ।
ମଦନ ଲାଲ ୩୧ ରନରେ ୩ଟି, ମହିନ୍ଦର ଅମରନାଥ ୧୨ ରନରେ ୩ଟି ଏବଂ ବଲୱିନ୍ଦୀ ସିଂ ସିନ୍ଧୁ ୨ଟି ଉଇକେଟ ଅକ୍ତିଆର କରିଥିଲେ । ଅମରନାଥ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଏବେ ବି କପିଳ ଦେବ ଧରିଥିବା ଭିଭିଆନ ରିଚାର୍ଡ୍ସଙ୍କ କ୍ୟାଚ ମନରେ ରୋମାଂଚ ଭରିଦିଏ । ଏହି ସଫଳତା ପରେ ଭାରତର ଗଳି କନ୍ଦିରେ କ୍ରିକେଟର ରାଜୁତି ଆରମ୍ଭ ହୋଇ ଯାଇଥିଲା । ଏହାର ଠିକ୍ ୨୮ ବର୍ଷ ପରେ ୨୦୧୧ରେ ଭାରତ ଏହି ସଫଳତା ଦୋହାରାଇ ଥିଲା ।
BREAKING NEWS
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
Comments are closed.