Latest Odisha News

ଆଉ ହେବନି ୧୦ ମିନିଟ୍ ମଧ୍ୟରେ ଡେଲିଭରି, ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ରୋକ୍ ଲଗାଇଲେ ସରକାର

ନୂଆଦିଲ୍ଲୀ: ବ୍ଲିଙ୍କିଟ୍, ଜେପ୍ଟୋ କିମ୍ବା ସ୍ୱିଗି ଇନଷ୍ଟାମାର୍ଟରୁ ସାମଗ୍ରୀ ଅର୍ଡର୍ କଲେ ୧୦ ମିନିଟ୍ ମଧ୍ୟରେ ସାମଗ୍ରୀ ଆସି ଘରେ ପହଞ୍ଚି ଯାଇଥାଏ। କିନ୍ତୁ ବର୍ତ୍ତମାନ୍ ସରକାର ଏହି ଫାଷ୍ଟ-ଟ୍ରାକ୍ କମ୍ପାନୀଗୁଡ଼ିକୁ “୧୦-ମିନିଟ୍ ଡେଲିଭରି” ପ୍ରତିଶ୍ରୁତି ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

କାରଣ ଶୀଘ୍ର ସାମଗ୍ରୀ ଡେଲିଭରି କରିବାର ଚାପ ଯୋଗୁଁ ଡେଲିଭରି କର୍ମଚାରୀ ମାନେ ଦୃତ ଗତିରେ ଗାଡି ଚଳାଉଛନ୍ତି ଓ ଟ୍ରାଫିକ ନିୟମକୁ ଅଣଦେଖା କରି ଦୁର୍ଘଟଣା ଘଟାଉଛନ୍ତି। ଯାହାକି ସେମାନଙ୍କ ଜୀବନକୁ ବିପଦରେ ପକାଉଥିବା ସରକାର କହିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପରେ ବ୍ଲିଙ୍କିଟ୍ ତୁରନ୍ତ ଏହାର ଆପ୍ ଏବଂ ବିଜ୍ଞାପନରୁ ୧୦ ମିନିଟ୍ ଡେଲିଭରି ପ୍ରତିଶୁତି ଦାବିକୁ ହଟାଇ ଦେଇଥିବା ସୂଚନା ମିଳିଛି। ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ମଧ୍ୟ ଗ୍ରାହକ ମାନଙ୍କ ସୁବିଧା ପରି ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସରକାର ସ୍ପଷ୍ଟ ଭାବରେ କହିଛନ୍ତି।

ତେବେ ଏହି ପଦକ୍ଷେପ ଦ୍ବାରା ଡେଲିଭରି ପାର୍ଟନରମାନଙ୍କ ଉପରେ ବର୍ତ୍ତମାନ୍ ସମୟ ଚାପ ହ୍ରାସ ହେବା ସହ ସେମାନେ ଅଧିକ ସୁରକ୍ଷିତ ଭାବରେ କାମ ମଧ୍ୟ କରିପାରିବେ। ବ୍ଲିଙ୍କିଟ ବ୍ୟତୀତ ଜେପ୍ଟୋ ଏବଂ ସ୍ୱିଗି ଇନଷ୍ଟାମାର୍ଟ ମଧ୍ୟ ସେମାନଙ୍କର ଡେଲିଭରି ମଡେଲରେ ପରିବର୍ତ୍ତନ କରୁଛନ୍ତି ଓ ଚାପ ହ୍ରାସ କରିବା ପାଇଁ ଏହି କମ୍ପାନୀଗୁଡ଼ିକ ବର୍ତ୍ତମାନ ଏକ ସ୍ଥିର ସମୟ ପରିବର୍ତ୍ତେ ଆନୁମାନିକ ସମୟ ଦେଖାଉଛନ୍ତି। ଡେଲିଭରି ପାର୍ଟନରମାନେ ଦୀର୍ଘ ସମୟ ଧରି ଏନେଇ ଅଭିଯୋଗ କରିଆସୁଥିଲେ। କାରଣ କମ ସମୟ ଯୋଗୁଁ ସେମାନେ ଚାପ ଏବଂ ବିପଦର ସମ୍ମୁଖୀନ ହେଉଥିଲେ।

ବର୍ତ୍ତମାନ ସରକାରଙ୍କ ଏହି ନିଷ୍ପତ୍ତି ଡେଲିଭରି କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି ଓ  ସେମାନେ ବର୍ତ୍ତମାନ ବିନା ଚାପରେ ସୁରକ୍ଷିତ ଭାବରେ ନିଜ କାମ କରିପାରିବା ନେଇ କୁହାଯାଇଛି। ଏହି ପଦକ୍ଷେପ ଦ୍ବାରା ଗ୍ରାହକମାନଙ୍କୁ ୨-୫ ମିନିଟ୍ ଅଧିକ ଅପେକ୍ଷା କରିବାକୁ ପଡ଼ିପାରେ କିନ୍ତୁ ଏହା ଦ୍ଵାରା ଡେଲିଭରି ସୁରକ୍ଷିତ ହୋଇପାରିବ। ସେହିପରି କିଛି ମିନିଟର ବିଳମ୍ବ ଦ୍ଵାରା ଜୀବନ ସୁରକ୍ଷିତ ହୋଇପାରିବ ବୋଲି ସରକାର ମତ ଦେଇଛନ୍ତି।

 

Comments are closed.