Latest Odisha News

BREAKING NEWS

ଦିନେ ଫୁଡ ଷ୍ଟଲ କରିଥିଲେ, ଏବେ ଆମେରିକାରେ ନିର୍ବାଚନ ଲଢ଼ିବେ! ଜାଣନ୍ତୁ ଏହି ଭାରତୀୟ ବଂଶୋଦ୍ଭବଙ୍କୁ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକ ଭାବିନୀ ପଟେଲ ଆଗାମୀ ନିର୍ବାଚନରେ ନିଜର ପରିଚୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ରାଜନୀତିରେ ପାଦ ଥାପିଛନ୍ତି। ସେ ଆମେରିକା ସଂସଦର ନିମ୍ନ ସଦନ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରେ ଥିବା ଏକ ଆସନ ଉପରେ ନଜର ରଖିଛନ୍ତି।

ଅକ୍ସଫୋର୍ଡ ୟୁନିଭର୍ସିଟିରେ ସ୍ନାତକ ଭାବିନୀ ପଟେଲ ଏକ ଅସାଧାରଣ ମାର୍ଗ ଆପଣାଇଛନ୍ତି। ରାଜନୈତିକ ଆକାଂକ୍ଷା ପୂର୍ବରୁ ସେ ନିଜ ମା’ଙ୍କୁ ସାହାଯ୍ୟ କରିବା ପାଇଁ ‘ଇଣ୍ଡିଆ ଅନ୍ ହ୍ଵିଲ୍ସ’ ନାମକ ଏକ ଫୁଡ୍ ଭ୍ୟାନ୍ ଚଳାଉଥିଲେ। ଏହାବ୍ୟତୀତ ସେ ନିଜର ଫାର୍ମ ଆରମ୍ଭ କରି ଟେକ୍ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ।

ଗତବର୍ଷ ଅକ୍ଟୋବର ୨ ତାରିଖରେ ୩୦ ବର୍ଷୀୟା ଏହି ମହିଳା ଜଣଙ୍କ ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଥିଲେ। ସେ ପେନ୍ସିଲଭାନିଆକୁ ପ୍ରତିନିଧିତ୍ୱ କରିବାକୁ ଚାହୁଁଛନ୍ତି। ଏହି ଅଞ୍ଚଳର ବର୍ତ୍ତମାନର ସାଂସଦ ହେଉଛନ୍ତି ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟ ସମର ଲି। ତେବେ ଲିଙ୍କ ଲୋକପ୍ରିୟତା ହ୍ରାସ ପାଇଛି।

ଉଲ୍ଲେଖଯୋଗ୍ୟ, ୨୦୧୮ ଜୁନ୍ ମାସରେ ଆମେରିକା କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣରେ ଯୋଗ ଦେଇନଥିବା କିଛି ସାଂସଦଙ୍କ ମଧ୍ୟରେ ସମର ଲି ମଧ୍ୟ ଥିଲେ। ଚଳିତ ବର୍ଷ ଏପ୍ରିଲ ୨୩ରେ ପେନ୍ସିଲଭେନିଆରେ ପ୍ରାଥମିକ ନିର୍ବାଚନ ହେବାକୁ ଯାଉଛି। ଭାବିନୀ ପଟେଲ ତାଙ୍କ ଅଭିଯାନ ପାଇଁ ୩୧୦,୦୦୦ ଡଲାର ସଂଗ୍ରହ କରିଛନ୍ତି, ଯେଉଁଥିରେ ୭୦% ପାଣ୍ଠି ରାଜ୍ୟ ଭିତରୁ ଆସିଛି।

ଭାବିନୀ ପଟେଲଙ୍କ ଫାଇଦା ହେଉଛି ସମର ଲିଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ । ସେ ଶ୍ରମିକ ସଂଗଠନ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଯଥେଷ୍ଟ ସମର୍ଥନ ପାଇଛନ୍ତି। କେବଳ ସେତିକି ନୁହେଁ, ଛୋଟ ସହରର ପରିଷଦ ସଦସ୍ୟ ଓ ମେୟରଙ୍କ ସମେତ ପାଖାପାଖି ୩୩ ଜଣ ନିର୍ବାଚିତ ଅଧିକାରୀ ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛନ୍ତି।

ଭାବିନୀ ପଟେଲ ତୃଣମୂଳ ସ୍ତରରେ ଜଡିତ। ସେ ବ୍ୟକ୍ତିଗତ ଭାବରେ ଲୋକମାନଙ୍କ ସହିତ ଯୋଗାଯୋଗ କରନ୍ତି। ତାଙ୍କ ଅଭିଯାନର ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ ସମସ୍ୟାକୁ ସମାଧାନ କରିବା ଆଉ ପେନସିଲଭେନିଆକୁ ପ୍ରଗତି ଆଡକୁ ଆଗେଇ ନେବା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭାବିନୀ ପଟେଲଙ୍କ ସମର୍ଥନ ରହିଛି।

Leave A Reply

Your email address will not be published.