Latest Odisha News

BREAKING NEWS

ହାଜତ ଭିତରେ ହାତ ଓ ବେକ କାଟିଦେଲା ଅଭିଯୁକ୍ତ

ପୁରୀ: ହାଜତରେ ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ । ନିଜ ହାତ ଓ ବେକ କାଟି ଦେଲା । ପୁରୀ ତାଳବଣିଆ ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ତାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରବିବାର ରାତିରେ ଏକ ଡକାୟତି ମାମଲାରେ  ତାଳବଣିଆ ଥାନା ପୋଲିସ ୫ଜଣ ଡକାୟତଙ୍କୁ ଗିରଫ କରିଥିଲା ।

ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡ଼ିଛି । ହାଜତ ଭିତରେ ନିଜ ହାତ ଓ ବେକ କାଟି ଦେଇଥିଲା ଅଭିଯୁକ୍ତ ।   ହାଜତ ଭିତରକୁ କୁଆଡୁ ଆସିଲା ଧାରୁଆ ଅସ୍ତ୍ର, ସେନେଇ ପ୍ରଶ୍ନ ଉଠୁଛି । ସେ କାହିଁକି ଆତ୍ମହତ୍ୟା କଲା କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.