Latest Odisha News

ଦେଢ଼ ହଜାର କ୍ୱିଣ୍ଟାଲ୍‌ ଧାନ ଜବତ କଲା ଯୋଗାଣ ବିଭାଗ

ଉଦଳା: ଯୋଗାଣ ବିଭାଗର ଅଚାନକ ଚଢାଉ। ଦେଢ଼ ହଜାର କ୍ୱିଣ୍ଟାଲ୍‌ରୁ ଅଧିକ ଧାନ ଗଚ୍ଛିତ ଜାଣି ଅଚାନକ ଚଢ଼ଉ କରିଛି ଯୋଗାଣ ବିଭାଗ। ଚଢାଉ କରିବ ସହ ଗଚ୍ଛିତ ଧାନକୁ ସିଲ୍‌ ମଧ୍ୟ କରିଛି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ। ଏହି ଧାନ ପଶ୍ଚିମବଙ୍ଗ ଚାଲାଣ ପାଇଁ ରଖାଯାଇଥିବା ଜାଣିବାକୁ ମିଳିଛି।

ସୂଚନା ଅନୁସାରେ, କପ୍ତିପଦା ଥାନା ଗୌଡ଼ଗାଁ ଗାଁରେ ଥିବା ଏକ ଗୋଦାମରେ ବିପୁଳ ପରିମାଣରେ ଧାନ ଗଚ୍ଛିତ ରହିଥିଲା। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ଉପସ୍ଥିତିରେ ଯୋଗାଣ ବିଭାଗ ଓ ପୋଲିସ ମିଳିତ ଭାବେ ସେହି ଗୋଦାମରେ ଚଢ଼ଉ କରିଥିଲା।

ଏହି ଚଢ଼ାଉ ସମୟରେ ଦେଢ ହଜାର କ୍ୱିଣ୍ଟାଲ୍‌ରୁ ଅଧିକ ଧାନ ଗଚ୍ଛିତ ଥିବା ଦେଖିବାକୁ ମଳିଥିଲା। ଏ ସମ୍ପର୍କରେ ଗୋଦାମ ମାଲିକଙ୍କୁ ଯୋଗାଣ ବିଭାଗ ତଥ୍ୟ ମାଗି ଥିଲେ ମଧ୍ୟ ଗୋଦାମ ମାଲିକ କୌଣସି ସଠିକ ଉତ୍ତର ମିଳି ପାରି ନାହିଁ।  ଏହି କାରଣରୁ ପୁଲିସ୍‌ ସେହି ଧାନକୁ ଜବତ କରିଛି।

Comments are closed.