Latest Odisha News

BREAKING NEWS

ପିପିଲି ବିଧାୟକଙ୍କ ଡ୍ରାଇଭରଙ୍କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା; ଜଣେ ଅଟକ

ପିପିଲି: ପିପିଲି ବିଧାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ସୋମବାର ସନ୍ଧ୍ୟାରେ ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ବରଜୁପାଟଣା ଗ୍ରାମରେ ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡି ଉପରେ ଆକ୍ରମଣ କରାଯିବା ଅଭିଯୋଗ ହୋଇଛି । ଏହା ସହ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ମଧ୍ୟ ସୂଚନା ରହିଛି ।

ଖବର ମୁତାବକ, ଆଜି ସନ୍ଧ୍ୟା ସମୟରେ ପୁରୀ ସାଂସଦ ଓ ପିପିଲି ବିଧାୟକ ବରଜୁପାଟଣା ଗ୍ରାମରେ ଆୟୁଷ୍ମାନ କାର୍ଡ ବାଣ୍ଟୁଥିଲେ । ଏହି ସମୟରେ ଉକ୍ତ ଗ୍ରାମ ମୁଣ୍ଡରେ ରାସ୍ତା କଡରେ ଠିଆ ହୋଇଥିବା ବିଧାୟକଙ୍କ ଗାଡିକୁ ପଛରୁ ଏକ ବାଇକ୍‍ ଧକ୍କା ଦେଇଥିଲା । ବିଧାୟକଙ୍କ କାର୍‍ ଡ୍ରାଇଭର ଟୁଟୁ ପରିଡା ଏ ସଂପର୍କରେ ବାଇକ୍‍ ଚାଳକକୁ ପଚାରିବାରେ ସେ ରାଗିଯାଇ ଟୁଟୁଙ୍କ ଉପରେ ଆକ୍ରମଣ କରି ତାଙ୍କୁ ଆହତ କରିଥିଲା । ପରେ ଏକ ପ୍ଲାଷ୍ଟିକ୍‍ ଚେୟାର ଆଣି ବିଧାୟକଙ୍କ ଗାଡିକୁ ପିଟିଥିଲା ।

ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ଯୁବକଙ୍କୁ କାବୁ କରିବା ସହ ତାକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.