ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଶେଷ ସୀମାରେ ପଂହଚି ଯାଇଛି । ପାକିସ୍ତାନୀ କ୍ରିକେଟର ଶାହୀଦ ଆଫ୍ରିଦୀ ଏ ନେଇ ଅଯଥା ବୟାନ ଦେବାରେ ଲାଗିଛନ୍ତି । ଯାହାକୁ ନେଇ ଭାରତର ଶିଖର ଧାୱନ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସେ ଆଫ୍ରିଦୀଙ୍କୁ କହିଛନ୍ତି ଆଉ କେତେ ତଳକୁ ତୁମେ ଖସିବ । ଅଯଥା ବୟାନ ଦେବା ବଦଳରେ ଦେଶର ଉନ୍ନତିରେ ଯୋଗଦାନ ଦିଅ । ଆମକୁ ଆମ ଭାରତୀୟ ସେନା ଉପରେ ଗର୍ବ ରହିଛି ଓ ରହିବ । ଭାରତ ମାତା କି ଜୟ, ଜୟ ହିନ୍ଦ । ପୂର୍ବରୁ ଏଆଇଏମଆଇଏମର ଅସଦୁଦ୍ଦିନ ଓୱେସୀ ମଧ୍ୟ ଆଫ୍ରିଦୀଙ୍କୁ ତାଙ୍କ ବୟାନ ନେଇ ଜୋକର ବୋଲି କହିଥିଲେ ।
ଆଫ୍ରିଦୀ ଏକ ଟିଭ ଚ୍ୟାନେଲକୁ କହିଥିଲେ, ଭାରତରେ ଯଦି ବାଣ ଫୁଟେ ତେବେ ଏହାର ଦୋଷ ପାକିସ୍ତାନ ଉପରେ ଲଦି ଦିଆଯାଏ । କଶ୍ମୀରରେ ଆପଣଙ୍କ ପାଖରେ ୮ ଲକ୍ଷ ସୈନିକ ଅଛନ୍ତି । ଏହା ସତ୍ୱେ ଏ ଭଳି ଘଟଣା କିପରି ଘଟୁଛି । ଆପଣ କଣ ବେକାର । ଲୋକଙ୍କୁ ସୁରକ୍ଷା ଯୋଗାଇବାରେ ଅସମର୍ଥ । ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତର କଠୋର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
Comments are closed.