Latest Odisha News

BREAKING NEWS

Cyber Crime: କୋଟିଏରୁ ଅଧିକ ଟଙ୍କା ସାଇବର ଠକେଇ ଅଭିଯୋଗରେ ଜଣେ ଗିରଫ

କେନ୍ଦୁଝର: ୧.୨୫ କୋଟିରୁ ଉର୍ଦ୍ଧ୍ୱ ସାଇବର ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଆନନ୍ଦପୁର ପୋଲିସ । ସାଇବର କବଚ ଅପରେସନ୍ ରେ କେନ୍ଦୁଝର ଜିଲ୍ଲାରୁ ଜବତ ହୋଇଛି ଏକ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ସାଇବର ଠକେଇ ଟଙ୍କା । ଗିରଫ ଅଭିଯୁକ୍ତ ହେଲା ଆତିଶ କୁମାର ପଣ୍ଡା (୨୫) । ତା ଘର ଆନନ୍ଦପୁର ପୋଲିସ ନନ୍ଦିପଦା ଥାନା ଅନ୍ତର୍ଗତ ଜାମିତିରା ଗାଁରେ ବୋଲି ଜଣାପଡିଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ସାଇବର କବଚ ଅପରେସନ୍‌କୁ ଜୋରଦାର କରାଯାଉଥିବା ବେଳେ କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶକ୍ରମେ ଆତିଶକୁ ଗିରଫ କରାଯାଇଛି । ଆତୀଶ ଠାରୁ ୧୧ଟି ଜମାଖାତା, ୧୧ଟି ଏଟିଏମ୍, ୨ଟି ସିମ କାର୍ଡ଼, ୫ଟି ଆଧାର କାର୍ଡ଼, ଗୋଟିଏ ମୋବାଇଲ, ଗୋଟିଏ ପ୍ୟାନକାର୍ଡ଼ ଜବତ କରାଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ଆତିଶ ଗତ ୨୦୨୪ ନଭେମ୍ବର ୨୭ ତାରିଖରେ ଆନନ୍ଦପୁର କାନାଡ଼ା ବ୍ୟାଙ୍କରେ ଏକ କରେଣ୍ଟ ଆକାଉଣ୍ଟ ଖୋଲି ୨୦୨୪ ଡ଼ିସେମ୍ବର ୧୬ତାରିଖରେ ଜମାଖାତାକୁ ବନ୍ଦ କରିଦେଇଥିଲେ। ମାତ୍ର ୧୯ଦିନ ମଧ୍ୟରେ ଏହି ଆକାଉଣ୍ଟରେ ୧କୋଟି ୨୫ଲକ୍ଷ ଟଙ୍କା ଜମା ହୋଇଥିବା ବେଳେ ଆତିଶ ସବୁ ଟଙ୍କାକୁ ଉଠାଇ ଜମାଖାତାକୁ ବନ୍ଦ କରିଦେଲେ। ବିଭିନ୍ନ ସାଇବର ଠକେଇ ସଂସ୍ଥାରୁ ଏହି ଜମାଖାତାକୁ ଟଙ୍କା ଆସୁଥିବା ସହ ଘଟଣାରେ ବହୁ ବ୍ୟକ୍ତିଙ୍କ ସମ୍ପୃକ୍ତ ଥିବାର ଜଣାପଡିଛି ।

Comments are closed.