ଭୁବନେଶ୍ୱର: ଭୁବନେଶ୍ୱର ଇନ୍ଫୋସିଟି ଥାନା ନିକଟରେ ଦିନ ଦ୍ୱିପହରେ ଛାତ୍ରୀଙ୍କୁ ଗୁଳିମାଡ ଘଟଣାରେ କମିଶନରେଟ୍ ପୋଳିସ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣକ କୌଣସି ଦୁର୍ବୃତ ନୁହଁନ୍ତି ବରଂ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଆଶିଷ କୁମାର ନାୟକ ବୋଲି ଜଣାପଡିଛି । ଆଶିଷଙ୍କ ନାଁରେ ବହୁ ଅପରାଧିକ ରେକର୍ଡ ରହିଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ବୋମା ମାଡ ଘଟଣାରେ ଆଶିଷକୁ ପୋଲିସ ଗିରଫ କରିଥିଲା ।
ସୂଚନା ମୁତାବକ, ଇନ୍ଫୋସିଟି ଥାନା ଅଚଂଳରେ ଜଣେ ଛାତ୍ରୀଙ୍କୁ ଆଜି ଦିନ ଦ୍ୱିପହାରେ ଗୁଳି ମାଡ ହୋଇଥିଲା । ଛାତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଆଶିଷ ଠିଆ ହୋଇଥିବା ବେଳେ ୨ ଜଣ ଦୁର୍ବୃତ ଆସି ଛାତ୍ରୀଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିବା କୁହାଯାଉଥିଲା । କିନ୍ତୁ ପୋଲିସ ପୁରୁଷ ବନ୍ଧୁ ଆଶିଷକୁ ଅଟକ ରଖି ପଚରାଉଚରା କରିବା ପରେ ପୁରା ଘଟଣା ଉପରୁ ପରଦା ଉଠିଛି । ଆଶିଷ ଛାତ୍ରୀଙ୍କ ପାଖକୁ ଯାଇଥିଲେ । ସେଠାରେ ସେମାନେ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଆଶିଷଙ୍କ ପାଖରେ ଥିବା ଏକ ବନ୍ଧୁକରେ ଉଭୟ ଖେଳୁଥିଲେ । ଏହି ସମୟରେ ବନ୍ଧୁକରୁ ଗୁଳି ଫୁଟି ଛାତ୍ରୀଙ୍କ ଜଙ୍ଘରେ ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତ୍ରୀଙ୍କ ନାଁ ସୋନାଲି ଓ ତାଙ୍କ ଘର ବାଲେଶ୍ୱରରେ ବୋଲି ଜଣାପଡିିଛି ।
BREAKING NEWS
- ୧୦ ବିଧାୟକଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ;ଲୋକଙ୍କ ସେବା ଜାରି ରଖିବା ପାଇଁ…
- ପିଶାଚ ପଡୋଶୀ, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା
- ‘ରୋମିଓ-ଜୁଲିଏଟ୍ କ୍ଲଜ୍’ କଣ; ଯାହା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିକୋର୍ଟଙ୍କ ପରାମର୍ଶ
- ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ, ସୌରାଷ୍ଟ୍ର ସେମି ଫାଇନାଲରେ
- ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
- ବିସିବିର ଆଉ ଏକ ମିଛ ଧରିଲା ଆଇସିସି
- ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…
- Jagdeep Dhankhar Hospitalised At AIIMS: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏମ୍ସରେ ଭର୍ତ୍ତି; ଗତ ସପ୍ତାହରେ ଦୁଇଥର ଅଚେତ…
- ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
Comments are closed.