ଭୁବନେଶ୍ୱର: ଭୁବନେଶ୍ୱର ଇନ୍ଫୋସିଟି ଥାନା ନିକଟରେ ଦିନ ଦ୍ୱିପହରେ ଛାତ୍ରୀଙ୍କୁ ଗୁଳିମାଡ ଘଟଣାରେ କମିଶନରେଟ୍ ପୋଳିସ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣକ କୌଣସି ଦୁର୍ବୃତ ନୁହଁନ୍ତି ବରଂ ଛାତ୍ରୀଙ୍କ ପୁରୁଷ ବନ୍ଧୁ ଆଶିଷ କୁମାର ନାୟକ ବୋଲି ଜଣାପଡିଛି । ଆଶିଷଙ୍କ ନାଁରେ ବହୁ ଅପରାଧିକ ରେକର୍ଡ ରହିଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ବୋମା ମାଡ ଘଟଣାରେ ଆଶିଷକୁ ପୋଲିସ ଗିରଫ କରିଥିଲା ।
ସୂଚନା ମୁତାବକ, ଇନ୍ଫୋସିଟି ଥାନା ଅଚଂଳରେ ଜଣେ ଛାତ୍ରୀଙ୍କୁ ଆଜି ଦିନ ଦ୍ୱିପହାରେ ଗୁଳି ମାଡ ହୋଇଥିଲା । ଛାତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଆଶିଷ ଠିଆ ହୋଇଥିବା ବେଳେ ୨ ଜଣ ଦୁର୍ବୃତ ଆସି ଛାତ୍ରୀଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିବା କୁହାଯାଉଥିଲା । କିନ୍ତୁ ପୋଲିସ ପୁରୁଷ ବନ୍ଧୁ ଆଶିଷକୁ ଅଟକ ରଖି ପଚରାଉଚରା କରିବା ପରେ ପୁରା ଘଟଣା ଉପରୁ ପରଦା ଉଠିଛି । ଆଶିଷ ଛାତ୍ରୀଙ୍କ ପାଖକୁ ଯାଇଥିଲେ । ସେଠାରେ ସେମାନେ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ଆଶିଷଙ୍କ ପାଖରେ ଥିବା ଏକ ବନ୍ଧୁକରେ ଉଭୟ ଖେଳୁଥିଲେ । ଏହି ସମୟରେ ବନ୍ଧୁକରୁ ଗୁଳି ଫୁଟି ଛାତ୍ରୀଙ୍କ ଜଙ୍ଘରେ ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତ୍ରୀଙ୍କ ନାଁ ସୋନାଲି ଓ ତାଙ୍କ ଘର ବାଲେଶ୍ୱରରେ ବୋଲି ଜଣାପଡିିଛି ।
BREAKING NEWS
- Intercepted Missile in Abu Dhabi: ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣ; ଭଗ୍ନାବଶେଷ ପଡ଼ି ଜଣେ ଭାରତୀୟଙ୍କ ସମେତ ୨ମୃତ
- Bus Collides With Truck: ପିକଅପ୍ ସହ ଧକ୍କା ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିବା ବସ୍ ;୧୦ ମୃତ, ୩୧ରୁ ଅଧିକ ଆହତ
- West Asia conflict:ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ; ଏହି ରାଜ୍ୟମାନେ ହେବେନି ସାମିଲ
- Ganja:୪ କୋଟି ମୂଲ୍ୟର ଗଞ୍ଜେଇ ଜବତ;ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ଚାଲିଛି ତଦନ୍ତ
- ଓଏଚଆରସିର ଅଧ୍ୟକ୍ଷ ଭାବେ ପୁଣି ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନିଯୁକ୍ତି
- କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଅସାଧୁବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ
- Air Pollution: ରାଜ୍ୟର ପ୍ରଦୂଷିତ ସହର ତାଲିକା ପ୍ରକାଶ; ଆଶ୍ଚର୍ଯ କରୁଛି ଏକ୍ୟୁଆଇ ରିପୋର୍ଟ
- Shortage of Textbooks:ପୁସ୍ତକ ଅଭାବରେ ଆଦିବାସୀ ଜିଲ୍ଲାଗୁଡିକ ସବୁଠାରୁ ଅଧିକ ପ୍ରଭାବିତ: ବିଜୁ ଛାତ୍ର ଜନତା ଦଳ
- ଇତିହାସ ରଚିବା ପାଇଁ ଭୁବନେଶ୍ୱରଙ୍କୁ ଆବଶ୍ୟକ ୨ ୱିକେଟ
- ପୋଲିସ ଆଗରେ ଆତ୍ମସମର୍ପଣ କଲେ ୬ ମାଓବାଦୀ
Comments are closed.