Latest Odisha News

BREAKING NEWS

ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ସଞ୍ଜିବ ପାଣିଗ୍ରାହୀ

କଟକ: ଓଡିଶା ହାଇକୋର୍ଟର ବିଚାରପତି ଭାବେ ସଞ୍ଜିବ କୁମାର ପାଣିଗ୍ରାହୀ ସୋମବାର ଦିନ ଶପଥ ଗ୍ରହଣ କରିଛନ୍ତି । ଓଡିଶା ହାଇକୋର୍ଟର ଅନ୍ତରୀଣ ମୁଖ୍ୟ ବିଚାରପତି ସଞ୍ଜୁ ପଣ୍ଡା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ତାଙ୍କୁ ନିଯୁକ୍ତି ସହ ଏବେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି ।

ଗତ ଫେବୃଆରୀ ୭ ତାରିଖ ଦିନ ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସଞ୍ଜିବ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଥିଲେ ।

ଗତବର୍ଷ ଅକ୍ଟୋବର ମାସରେ ଶ୍ରୀ ପାଣିଗ୍ରାହୀଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି କରିବାକୁ ସୁପ୍ରିମକୋର୍ଟଙ୍କ କଲେଜିୟମ୍ ଅନୁମୋଦନ କରିଥିଲେ ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମେ ମାସ ୨୦୧୯ରେ ୮ ଜଣ ଆଇନଜୀବୀଙ୍କ ନାମ ସୁପାରିଶ କରିଥିଲେ । ସେହି ବିଚାରପତିମାନେ ହେଲେ – ଗୌତମ ମୁଖାର୍ଜୀ, ସମୀର କୁମାର ମିଶ୍ର, ପ୍ରସନ୍ନ କୁମାର ପାଢୀ, ସାବିତ୍ରୀ ରଥ, ପ୍ରଫୁଲ୍ଲ କୁମାର ରଥ, ଦୁର୍ଗା ପ୍ରସାଦ ନନ୍ଦ, ପ୍ରଭାତ କୁମାର ମୁଦୁଲି ଏବଂ ସଞ୍ଜିବ ପାଣିଗ୍ରାହୀ ।

ଏଠାରେ ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ କଲେଜିୟମ୍ ସାବିତ୍ରୀ ରଥଙ୍କ ନାମ ସ୍ଥଗିତ କରି ଅନ୍ୟ ୬ ଜଣ ଆଇନଜୀବୀଙ୍କ ନାମ ହାଇକୋର୍ଟକୁ ସୁପାରିଶ କରିଥିଲେ ।

 

Leave A Reply

Your email address will not be published.