Latest Odisha News

BREAKING NEWS

ମଙ୍ଗଳବାର ଦିଲ୍ଲୀ ଫଳାଫଳ, ଷ୍ଟ୍ରଙ୍ଗରୁମ୍ ବାହାରେ କଡା ପହରା

ନୂଆଦିଲ୍ଲୀ: ଆସନ୍ତାକାଲି ଆସିବ ଦିଲ୍ଲୀ ନିବାଚନୀ ଫଳାଫଳ । ମଙ୍ଗଳବାର ସକାଳ ୮ଟାରୁ ଦିଲ୍ଲୀ ସବୁ କେନ୍ଦ୍ରରେ ମତ ଗଣନା ଆରମ୍ଭ ହେବ । ଏଥିପାଇଁ ଷ୍ଟ୍ରଙ୍ଗରୁମ୍ ବାହାରେ ପୋଲିସର କଡା ପହରା ମଧ୍ୟ ରହିଛି । ତେବେ ଏଥର କିଏ ଜିତିବ ଆଉ କିଏ ଦଖଲ କରିବ ଦିଲ୍ଲୀ ତାକୁ ନେଇ ଆକଳନ ଜୋରଦାର ଚାଲିଛି । ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଥିବା ବୁଥ ବାହୁଡା ମତରୁ ଆମ ଆଦମୀ ପାର୍ଟି ଦିଲ୍ଳୀରେ ପୁଣି ସରକାର ଗଢ଼ିବ ବୋଲି ଜଣାପଡିଛି । ତେବେ ଏସବୁ ଭିତରେ ଆପ୍‌କୁ ଇଭିଏମ୍ ଭୟ ଘାରିଛି । ସେପଟେ ବିଜେପି କିନ୍ତୁ ଏଗ୍‌ଜିଟ୍ ପୋଲ ରିପୋର୍ଟକୁ ଭୁଲ ବୋଲି କହିଛି । ବିଜେପର ଷ୍ଟାର ପ୍ରାର୍ଥୀ ମନୋଜ ତିୱାରୀ ଏଗ୍‌ଜିଟ୍ ପୋଲ ରିପୋର୍ଟ ଭୁଲ୍ ହେବ ବୋଲି ଦାବି କରିଛନ୍ତି । ବିଜେପି ଦିଲ୍ଲୀରେ ୪୮ ଆସନ ଦଖଲ କରିବ ବୋଲି ସେ କହିଛନ୍ତି । ତେବେ ବିଜେପିର ଏପରି ଦମ୍ଭୋକ୍ତି ପରେ ଆମ୍ ଆଦ୍‌ମୀ ପାର୍ଟି ଭିତରେ ଭୟ ଖେଳି ଯାଇଛି । ଷ୍ଟ୍ରଙ୍ଗରୁମ୍ ବାହାରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଦଳୀୟ କର୍ମୀମାନେ ପହରା ଦେଇଛନ୍ତି । ସେପଟେ ଇଭିଏମ୍‌କୁ ନେଇ କୌଣସି ପ୍ରକାର ଆଶଙ୍କା ଅମୂଳକ ବୋଲି କହିଛନ୍ତି ଦିଲ୍ଲୀ କମିଶନର ।

Leave A Reply

Your email address will not be published.