ନୂଆଦିଲ୍ଲୀ: ଆସନ୍ତାକାଲି ଆସିବ ଦିଲ୍ଲୀ ନିବାଚନୀ ଫଳାଫଳ । ମଙ୍ଗଳବାର ସକାଳ ୮ଟାରୁ ଦିଲ୍ଲୀ ସବୁ କେନ୍ଦ୍ରରେ ମତ ଗଣନା ଆରମ୍ଭ ହେବ । ଏଥିପାଇଁ ଷ୍ଟ୍ରଙ୍ଗରୁମ୍ ବାହାରେ ପୋଲିସର କଡା ପହରା ମଧ୍ୟ ରହିଛି । ତେବେ ଏଥର କିଏ ଜିତିବ ଆଉ କିଏ ଦଖଲ କରିବ ଦିଲ୍ଲୀ ତାକୁ ନେଇ ଆକଳନ ଜୋରଦାର ଚାଲିଛି । ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଥିବା ବୁଥ ବାହୁଡା ମତରୁ ଆମ ଆଦମୀ ପାର୍ଟି ଦିଲ୍ଳୀରେ ପୁଣି ସରକାର ଗଢ଼ିବ ବୋଲି ଜଣାପଡିଛି । ତେବେ ଏସବୁ ଭିତରେ ଆପ୍କୁ ଇଭିଏମ୍ ଭୟ ଘାରିଛି ।
ସେପଟେ ବିଜେପି କିନ୍ତୁ ଏଗ୍ଜିଟ୍ ପୋଲ ରିପୋର୍ଟକୁ ଭୁଲ ବୋଲି କହିଛି । ବିଜେପର ଷ୍ଟାର ପ୍ରାର୍ଥୀ ମନୋଜ ତିୱାରୀ ଏଗ୍ଜିଟ୍ ପୋଲ ରିପୋର୍ଟ ଭୁଲ୍ ହେବ ବୋଲି ଦାବି କରିଛନ୍ତି । ବିଜେପି ଦିଲ୍ଲୀରେ ୪୮ ଆସନ ଦଖଲ କରିବ ବୋଲି ସେ କହିଛନ୍ତି । ତେବେ ବିଜେପିର ଏପରି ଦମ୍ଭୋକ୍ତି ପରେ ଆମ୍ ଆଦ୍ମୀ ପାର୍ଟି ଭିତରେ ଭୟ ଖେଳି ଯାଇଛି । ଷ୍ଟ୍ରଙ୍ଗରୁମ୍ ବାହାରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଦଳୀୟ କର୍ମୀମାନେ ପହରା ଦେଇଛନ୍ତି । ସେପଟେ ଇଭିଏମ୍କୁ ନେଇ କୌଣସି ପ୍ରକାର ଆଶଙ୍କା ଅମୂଳକ ବୋଲି କହିଛନ୍ତି ଦିଲ୍ଲୀ କମିଶନର ।
BREAKING NEWS
- ଚୌଦ୍ୱାର ଜେଲରୁ ବିହାରୀ କଏଦୀ ଚମ୍ପଟ ଘଟଣା; ଗିରଫ ହେଲେ ଜେଲ୍ ଅଧୀକ୍ଷକ
- ଅଭିଶପ୍ତ ଗଜଲ : ଇନ୍ସା-ଜୀ ଉଠୋ ଅବ୍ କୁଚ୍ କରୋ !
- Online betting fraud: ଅନଲାଇନ୍ ବେଟିଂ ଆପ୍ ରାକେଟର ପର୍ଦ୍ଦାଫାସ: ୩ ଗିରଫ,୭୮ ଏଟିଏମ୍ କାର୍ଡ ଜବତ
- ବ୍ରିକ୍ସ ଦେଶରେ ବଢୁଛି ‘ମେଡ୍ ଇନ୍ ଇଣ୍ଡିଆ’ର ଚାହିଦା: ଚୀନକୁ ଭାରତର ରପ୍ତାନି ୩୯ ପ୍ରତିଶତ ବୃଦ୍ଧି
- ରାହୁଲ ଗାନ୍ଧୀଙ୍କ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମିମିକ୍ରି: ରାଜନୈତିକ ବୟାନବାଜି ଜୋର, ବିଜେପିର ତୀବ୍ର ନିନ୍ଦା
- ଖଣି ଆଇନ ସଂଶୋଧନ ପ୍ରସଙ୍ଗ: ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
- ଭୁବନେଶ୍ୱରରେ ଅଭାବନୀୟ ଘଟଣା: ଧାର ନେଇଥିବା ୭ ଲକ୍ଷ ଟଙ୍କା ଫେରାଇଲେନି ସାଙ୍ଗ, ଜୀବନ ହାରିଲେ ଯୁବକ
- ହମିଦ ଅନସାରୀଙ୍କ ବୟାନ ଉପରେ ବର୍ଷିଲା ବିଜେପି; କହିଲା, ‘କଂଗ୍ରେସର ହିନ୍ଦୁ ବିରୋଧୀ ନୀତି ପଦାରେ ପଡ଼ିଲା’
- ୯ ଲକ୍ଷ ବଜେଟ୍, ୪୦ ଲକ୍ଷ ରୋଜଗାର: ରାମାନନ୍ଦ ସାଗରଙ୍କ ‘ରାମାୟଣ’ କିପରି ରଚିଥିଲା ଅର୍ଥନୈତିକ ଇତିହାସ
- ଟପ୍ ସିଙ୍ଗର ଥିଲେ, ତଥାପି ଲାଗିଲା ବ୍ୟାନ୍: ଜାଣନ୍ତୁ ୧୯୭୫ ମସିହାରେ କିଶୋର କୁମାରଙ୍କ ସହ କ’ଣ ଘଟିଥିଲା

Comments are closed.