Latest Odisha News

BREAKING NEWS

କାମ କରି ମିଳୁନି ପାରିଶ୍ରମିକ, ଡିଏଫଓ ଅଫିସ ଘେରାଉ କଲେ ମହିଳା ଶ୍ରମିକ

କେନ୍ଦୁଝର: ବନଖଣ୍ଡ ଅଧିକାରୀକୁ ଘେରିଲେ ମହିଳା ଶ୍ରମିକ। ୭ମାସ ଧରି କାମ କରିଥିଲେ ମଧ୍ୟ ପାରିଶ୍ରମିକ ମିଳିନି। ଫଳରେ ବାଧ୍ୟ ହୋଇ ମହିଳା ଶ୍ରମିକମାନେ ଡିଏଫଓ ଅଫିସ୍ ଘେରାଓ କରିଛନ୍ତି।

ଧ୍ୱଂସ ପାଉଥିବା ଜଙ୍ଗଲ ପୁନଃ ସ୍ଥାପନା ନିମନ୍ତେ ଆରମ୍ଭ ହୋଇଛି ବନୀକରଣ। ଏହି ବନୀକରଣ ଚାରାର ଅଭାବ ପରିଲକ୍ଷିତ ହୋଇଥାଏ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗର ମିଳିତ ଉଦ୍ୟମରେ ଡ଼ିଏମଏଫ ଓ ଓଏମବିଏଡ଼ିସି ଅନୁଦାନରେ କେନ୍ଦୁଝର ସଦର ରେଞ୍ଜର ପଦ୍ମପୁରରେ ଆରମ୍ଭ ହୋଇଥିଲା ମେଗା ନର୍ସରୀ। ଯାହାର ଯୋଗାଣ କ୍ଷମତା ୪ଲକ୍ଷ ଚାରା। ଚାରା ଉତ୍ପାଦନ ପାଇଁ ଗାଁର ମହିଳାଙ୍କୁ ନେଇ ଆରମ୍ଭ ହୋଇଥିଲା ଚାରା କାମ।

ହେଲେ କାମ କରିବା ପରେ ପାରିଶ୍ରମିକ ପାଇନଥିବା ଡିଏଫଓ ଅଫିସ ଘେରାଓ କରିଥିଲେ। ସେପଟେ ପାରିଶ୍ରମିକ ମିଳିନଥିବା କଥାକୁ ସ୍ୱୀକାର କରିବା ସହ ୩ଦିନ ମଧ୍ୟରେ ମହିଳାଙ୍କୁ ତାଙ୍କ ପାରିଶ୍ରମିକ ଦିଆଯିବ ବୋଲି ଡିଏଫଓ କହିଛନ୍ତି।

Leave A Reply

Your email address will not be published.