Latest Odisha News

BREAKING NEWS

‘ତେଲେଙ୍ଗାନାରେ କଂଗ୍ରେସ ଜିତିଲେ ୬ ମାସରେ ଥରେ ଜଣେ ମୁଖ୍ୟମନ୍ତ୍ରୀ ହେବେ’

ଭୁବନେଶ୍ୱର: ତେଲେଙ୍ଗାନାରେ ମତଦାନ ତାରିଖ ପାଖେଇ ଆସୁଥିବାବେଳେ ପ୍ରଚାର ମଧ୍ୟ ଜୋରଦାର ଚାଲିଛି। ଏହି ଅବସରରେ ରାଜନୈତିକ ଆକ୍ଷେପ ପ୍ରତିଆକ୍ଷେପ ମଧ୍ୟ ଜୋର ଧରିଛି।

ବିଶେଷ କରି ବିଆରଏସ କଂଗ୍ରେସ ମଧ୍ୟରେ ଲଢେ଼ଇ ଜୋରଦାର ଦେଖିବାକୁ ମିଳୁଛି। କଂଗ୍ରେସ ବିଆରଏସକୁ ଟାର୍ଗେଟ କରିବା ସହ ନିଜର ଗ୍ୟାରେଣ୍ଟି ଓ କର୍ଣ୍ଣାଟକ ମଡେଲକୁ ତେଲେଙ୍ଗାନାରେ ପ୍ରଚାରର ମୂଳ ଅସ୍ତ୍ର କରିଛି।

ଏହାକୁ ଜୋରଦାର କାଉଣ୍ଟର କରିଛି ବିଆରଏସ। ତେଲେଙ୍ଗାନା ଆଇଟି ମନ୍ତ୍ରୀ ତଥା ବିଆରଏସ କାର୍ଯ୍ୟକାରୀ ସଭାପତି କେଟିଆର କଂଗ୍ରେସ ଉପରେ ବର୍ଷିଛନ୍ତି। ଯଦି କଂଗ୍ରେସ ତେଲେଙ୍ଗାନାରେ କ୍ଷମତାକୁ ଆସିଲା ତାହେଲେ ତେଲେଙ୍ଗାନା ପ୍ରତି ୬ ମାସରେ ଥରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବ ବୋଲି ସେ କହିଛନ୍ତି।

ତେଲେଙ୍ଗାନା ବିଲ୍ଡରସ ଫେଡରେସନ ବୈଠକରେ ଅଭିଭାଷଣ ଦେବା ଅବସରରେ ସେ ଏ କଥା କହିଛନ୍ତି। ରାଷ୍ଟ୍ରର ବିକାଶ ପାଇଁ ଏକ ସ୍ଥାୟୀ ସରକାର ଓ ସକ୍ଷମ ନେତୃତ୍ବର ଆଵଶ୍ୟକତା ରହିଛି।

ଏହା କହିବା ସହ ସେ କର୍ଣ୍ଣାଟକର ଉଦାହରଣ ଦେଇଛନ୍ତି। କର୍ଣ୍ଣାଟକର କଂଗ୍ରେସ ସରକାରରେ ତିନି ଜଣ ମୁଖ୍ୟମନ୍ତ୍ରୀ ପଦ ପାଇଁ ସଂଘର୍ଷ କରୁଥିବା କେଟିଆର କହିଛନ୍ତି। କିଛି ନେତା ନୂଆ ପାଇଜାମା, ନୂଆ ଧୋତି ତିଆରି କରୁଥିବା ବେଳେ ଆଉ କିଛି ନିଜର ଦାଢ଼ି ରଙ୍ଗ କରିଥିବା ସେ କହିଛନ୍ତି।

କଂଗ୍ରେସର ୬ ଟି ଗ୍ୟାରେଣ୍ଟି କଥା ସେ ଜାଣନ୍ତି ନାହିଁ କିନ୍ତୁ ପ୍ରତି ୬ ମାସରେ ଜଣେ ମୁଖ୍ୟମନ୍ତ୍ରୀ ହେବା ଗ୍ୟାରେଣ୍ଟେଡ଼ ବୋଲି ସେ କହିଛନ୍ତି। ଏପରିକି କେଟିଆର କଂଗ୍ରେସର କେନ୍ଦ୍ରିୟ ନେତୃତ୍ୱର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

କିଛି ଲୋକେ ତାଙ୍କୁ ସମାଲୋଚନା କରୁଛନ୍ତି କିନ୍ତୁ କେସିଆର କିଛି ନ କରି କଣ ତେଲେଙ୍ଗାନା ଏତେ କିଛି ବିକଶିତ ହୋଇପାରିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟର ବିକାଶ ପାଇଁ ଏକ ସ୍ଥାୟୀ ସରକାର ଓ ସକ୍ଷମ ନେତୃତ୍ୱ ଆବଶ୍ୟକ।

ଯଦି ଗୋଟିଏ ଅନୁଷ୍ଠାନର ମୁଖିଆ ପ୍ରତି ୬ ମାସରେ ଥରେ ପରିବର୍ତ୍ତନ ହୁଏ ସେଠାରେ କିଛି କାମ ହୋଇପାରିବ କି ବୋଲି କେଟିଆର ପ୍ରଶ୍ନ କରିଛନ୍ତି। ଏପିରିକି ପ୍ରଧାନମନ୍ତ୍ରୀ ମୋଦି ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କେଟିଆର କହିଛନ୍ତି କି ଦେଶରେ ତେଲେଙ୍ଗାନାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ତାଙ୍କ ଦଳ ଚାହୁଁଛି।

କିନ୍ତୁ ମୋଦି ଓ ରାହୁଲ ଏହା କାହିଁକି ଚାହିଁବେ। ଅନ୍ୟ ୨୯ ଟି ରାଜ୍ୟ ଭଳି ତେଲେଙ୍ଗାନା ସେମାନଙ୍କ ପାଇଁ କେବଳ ଏକ ରାଜ୍ୟ ଭଳି। କିନ୍ତୁ ବିଆରଏସ ପାଇଁ ତେଲେଙ୍ଗାନା ଏକମାତ୍ର ରାଜ୍ୟ ବୋଲି କୁହାଯାଇଛି।

ସେମାନେ ତେଲେଙ୍ଗାନା ଜିତିବାକୁ ଚାହୁଁଛନ୍ତି କିନ୍ତୁ ଆମେ ତେଲେଙ୍ଗାନା ଜିତୁ ବୋଲି ଚାହୁଁଥିବା କେଟିଆର କହିଛନ୍ତି। ଏପରିକି କଂଗ୍ରେସକୁ ଆହୁରି ଟାର୍ଗେଟ କରି କେଟିଆର କହିଛନ୍ତି କି କର୍ଣ୍ଣାଟକର ଚାଷୀ ମାନେ କଂଗ୍ରେସକୁ ଭୋଟ ଦେଇ ଭୂଲ କରିଥିବା କହୁଛନ୍ତି।

ଦୀପାବଳି ସମୟରେ ବି କର୍ଣ୍ଣାଟକରେ ବିଜୁଳି ରହୁ ନାହିଁ। ଦୀପାବଳୀରେ ବି କର୍ଣ୍ଣାଟକ ଅନ୍ଧାରରେ ରହିଥିବା କୁହାଯାଇଛି। ତେଣୁ ତେଲେଙ୍ଗାନାବାସୀ ବିଜୁଳି ଚାହାନ୍ତି କି କଂଗ୍ରେସ ଚାହାନ୍ତି ବୋଲି ଲୋକଙ୍କୁ ପ୍ରଶ୍ନ କରିଛନ୍ତି କେଟିଆର।

ତେଲେଙ୍ଗାନାର ତ୍ରିମୁଖୀ ଲଢେଇ ମଧ୍ୟରେ କଂଗ୍ରେସ ଶାସନକୁ ଆସିବା ପାଇଁ ସବୁ ଶକ୍ତି ଖଟାଇଥିବା ବେଳେ ବିଆରଏସ କଂଗ୍ରେସର କର୍ଣ୍ଣାଟକ ମଡେଲକୁ ସମାଲୋଚନା କରିବା ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.