Latest Odisha News

BREAKING NEWS

ପାକିସ୍ତାନ କ୍ରିକେଟ ଟିମ ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ

ଲାହୋର: ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ୩ଟି ଯାକ ଫର୍ମାଟର ନେତୃତ୍ୱ ପଦରୁ ଓହରି ଯାଇଛନ୍ତି । ୨୦୧୯ରେ ମୋତେ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ସେବେଠାରୁ ମୁଁ ମୋ ଦକ୍ଷତା ମୁତାବକ ପ୍ରଦର୍ଶନ କରି ଆସିଛି । ଟେଷ୍ଟ କ୍ରିକେଟରେ ପାକିସ୍ତାନକୁ ଏକ ନମ୍ବର ସ୍ଥାନରେ ପଂହଚାଇବାରେ ସାଥୀ ଖେଳାଳି ଓ କୋଚଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିଲା । ଅଧିନାୟକ ପଦରୁ ଇସ୍ତଫା ଦେବା ଏକ କଠିନ ନିଷ୍ପତି ହୋଇଥିଲେ ମଧ୍ୟ ବର୍ତମାନ ଏଥିପାଇଁ ଉପଯୁକ୍ତ ସମୟ ଉପନୀତ ହୋଇଛି । ବାବରଙ୍କ ନେତୃତ୍ୱରେ ପାକିସ୍ତାନ ୩ଟି ଯାକ ଫର୍ମାଟରେ ଓଭରାଲ ୧୩୪ ମ୍ୟାଚ ଖେଳିଛି । ଏଥିରେ ୭୮ରେ ବିଜୟ ହାସଲ କରିଥିବା ବେଳେ ୪୪ରେ ଦଳ ପରାଜିତ ହୋଇଛି ।

ସେହିପରି ସେ ୧୩୪ ମ୍ୟାଚରେ ୧୪୨ ଇନିଂସ ଖେଳି ୪୮.୦୩ ଆଭରେଜରେ ୬୨୯୨ ରନ ସଂଗ୍ରହ କରିଛନ୍ତି । ଏଥିରେ ୧୫ ଶତକ ଓ ୪୮ ଅର୍ଦ୍ଧଶତକ ସାମିଲ । ଏହା ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ଚୟନ କମିଟି ଏବଂ ସହକାରୀ ଷ୍ଟାଫଙ୍କୁ ମଧ୍ୟ ହଟେଇ ଦେଇଛି । ୨୦୨୩ ବିଶ୍ୱକପରେ ପାକିସ୍ତାନ ସେମିଫାଇନାଲ ପ୍ରବେଶରେ ବିଫଳ ହୋଇଥିଲା ।

Leave A Reply

Your email address will not be published.