କୋଲକାତା: ଓଡ଼ିଶାରେ ହିଟ୍ କଲା ବାତ୍ୟା ୟାସ୍ । କିନ୍ତୁ ପଶ୍ଚିମବଙ୍ଗରେ ବାତ୍ୟା ଆଣିଛି ବିଭୀଷିକା । ଜଳପ୍ରଳୟ ସୃଷ୍ଟି ହୋଇଛି । କେଉଁଠି ସହର ବଜାର ବୁଡ଼ିଛି ତ ଆଉ କେଉଁଠି ଗାଁ ଗଣ୍ଡାରେ ଲହଡ଼ି ଭାଙ୍ଗୁଛି ସମୁଦ୍ରର ପାଣି । ବ୍ୟାପକ ଗଛ ଉପୁଡିଛି । ଭାଙ୍ଗିଛି ଲୋକଙ୍କ ଘର । ରାସ୍ତାଘାଟ କ୍ଷୟକ୍ଷତି ହୋଇଛି । ଜଳମଗ୍ନ ହୋଇଛି ଚାଷ ଜମି । ପାଣିଘେରରେ ଗୋଟିଏ ଗୋଟିଏ ଗାଁ ରହିଛି । ପଶ୍ଚିମବଙ୍ଗରେ କୋଟିଏରୁ ଅଧିକ ଲୋକ ବାତ୍ୟାରେ ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।
ବାତ୍ୟା ୟାସ୍ ପ୍ରଭାବରେ ସମୁଦ୍ରରେ ଆସିଥିଲା ବଡ଼ ବଡ଼ ଜୁଆର । ଅଶାନ୍ତ ସୁମ୍ଦର କୂଳ ଲଙ୍ଘିଂ ଜନବସତିରେ ପଶି ଯାଇଥିଲା । ତିନି ଲକ୍ଷ ଘର କ୍ଷତିଗ୍ରସ୍ତ ହୋଇଛି । ୧୩୪ଟି ନଦୀବନ୍ଧ ଭାଙ୍ଗି ବିପର୍ୟ୍ୟୟ ଆଣିଛି । ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେସଖାଳି, ହିନ୍ଦୋଳଗଞ୍ଜ, ହସନାବାଦ, ହାଓ୍ୱଡା ଓ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ନମଖନା, ଗୋସାବା, କୁଲତି, ବସନ୍ତୀ, କାନିଂ ଆଦି ବିଶେଷ ଭାବରେ ପ୍ରଭାବିତ ହୋଇଛି ।

ସେହିପରି ଦୀଘା, ତାଜପୁର, ଶଙ୍କରପୁର, ରାମନଗର, କୋନ୍ତାଇ, ନନ୍ଦିଗ୍ରାମ, କୋଲାଘାଟ ଓ ସୁନ୍ଦରବନ ଅଞ୍ଚଳରେ ବି ବାତ୍ୟା ୟାସର ପ୍ରକୋପ ଦେଖିବାକୁ ମିଳିଛି । ରାଜ୍ୟ ସରକାର ପ୍ରଭାବିତ ଜିଲ୍ଲାର ୧୫ ଲକ୍ଷରୁ ଅଧିକ ଲୋକଙ୍କୁ ୧୪ଶହରୁ ଅଧିକ ଆଶ୍ରୟସ୍ଥଳରେ ରଖିଛନ୍ତି । ଆସନ୍ତାକାଲି ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ୨୩ଟି ଜିଲ୍ଲାରୁ ୧୪ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି ।
BREAKING NEWS
- IAS Reshuffles: ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
- ବିଶ୍ୱକପ ଖେଳିବା ଅପେକ୍ଷା ଜରୁରୀ ଥିଲା ବାପାଙ୍କ ପାଖରେ ରହିବା
- ବବିଜେଡି ଓ କଂଗ୍ରେସ ମେଣ୍ଟ କରିବା ଏକ ହତାଶାର ମେଣ୍ଟ: ଅନିଲ ବିଶ୍ୱାଳ
- Traffic Rule Violations: ସଡ଼କ ନିୟମ ଉଲ୍ଲଙ୍ଘନ କରୁଥିଲେ ସାବଧାନ… ମାର୍ଚ୍ଚ ୨୧ରୁ କଡ଼ା ଯାଞ୍ଚ
- Petrol LPG Crisis: ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସର ଅଭାବ ରୋକିବାକୁ ଅଣ୍ଟା ଭିଡ଼ିଲେ ସରକାର, ଶାହଙ୍କ ନେତୃତ୍ୱରେ କମିଟି ଗଠନ
- Monalisa Marries Boyfriend: ହାତକୁ ଦୁଇହାତ ହେଲେ ମହାକୁମ୍ଭ ଭାଇରାଲ ଗାର୍ଲ୍, ମୁସଲିମ ବୟଫ୍ରେଣ୍ଡଙ୍କ ସହ ମନ୍ଦିରରେ କଲେ ବିବାହ
- ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପଦକ୍ଷେପ: ଖରାଦିନେ ହେବନି ବିଜ୍ୟୁତ କାଟ୍
- ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କଲା ବିଜେଡି କଂଗ୍ରେସ
- LPG Gas Row Protests In Assembly: ବିଧାନସଭାରେ ଏଲପିଜି ଗ୍ୟାସ୍ ତାତି, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
- ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ନୂଆ ଅମୃତ ଭାରତ ଟ୍ରେନ
Comments are closed.