Latest Odisha News

BREAKING NEWS

କେନ୍ଦୁଝର: ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ, ୧୧ ଅସୁସ୍ଥ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତୁରମଙ୍ଗା ଥାନା ଅନ୍ତର୍ଗତ ଖଇରାଟାଙ୍ଗି ନୂଆଗାଁରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୧ ଜଣ ଅସୁସ୍ଥ ହୋଇଛନ୍ତି ।

ମୃତ ବ୍ୟକ୍ତିଙ୍କ ନାମ ମିଟୁ ନାୟକ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ କେନ୍ଦୁଝରର ଜଣେ ବ୍ୟକ୍ତିଙ୍କ ବାହାଘର ଲାଗି ନିକଟରେ ଟେଣ୍ଟ ବନ୍ଧା କାମ ଚାଲିଥିଲା । ଏଥିରେ ପ୍ରାୟ ୮ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ଖାଇବା ପ୍ରସ୍ତୁତ କରାଯାଇଥିଲା । ରୋଷେଇ ହୋଇଥିବା ଖାଦ୍ୟକୁ ଉକ୍ତ ପରିବାରର ୪ଜଣ ସଦସ୍ୟଙ୍କ ସମେତ ଟେଣ୍ଟ ବନ୍ଧା ପାଇଁ ଆସିଥିବା ୮ଜଣ କର୍ମଚାରୀ ମଧ୍ୟ ଖାଇଥିଲେ । ଖାଦ୍ୟ ଖାଇବାର କିଛି ସମୟ ପରେ ସେମାନେ ଅସୁସ୍ଥତା ଅନୁଭବ କରିଥିଲେ ।

ତେବେ ସମ୍ପୃକ୍ତ ୧୧ଜଣ ଅସୁସ୍ଥଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.