Latest Odisha News

BREAKING NEWS

ଖରାପ ପାଗ ଯୋଗୁଁ ଲାଞ୍ଜିଗଡ ପରିବର୍ତ୍ତେ ଜୟପୁରରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ବିମାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ରାୟଗଡ ଗସ୍ତରେ ଯାତ୍ରା କରିବା ସମୟରେ ଖରାପ ପାଗ ଯୋଗୁଁ ତାଙ୍କ ବିମାନଟି ବୁଧବାର ଦିନ ଲାଞ୍ଜିଗଡ ପରିବର୍ତ୍ତେ ଜୟପୁରରେ ଅବତରଣ କରିଛି ।

ମିଳିଥିବା ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ଆଜି ସକାଳ ପ୍ରାୟ ୧୧ଟା ୪୫ମିନିଟରେ ରାୟଗଡା ଜିଲ୍ଲାର ଖଲିଗୁଡାରେ ପହଞ୍ଚିବା କାର୍ଯ୍ୟକ୍ରମ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବିମାନବନ୍ଦର ପରିବର୍ତ୍ତେ ଖରାପ ପାଗ ଯୋଗୁଁ ବିମାନର ଦିଗ ପରିବର୍ତ୍ତନ କରାଯାଇଥିଲା । ଫଳରେ ତାଙ୍କ ବିମାନ ପାଖାପାଖି ୧୧ଟା ବେଳେ ଜୟପୁରରେ ଅବତରଣ କରିଥିଲା ।

ଗସ୍ତ ସୂଚୀନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଲାଞ୍ଜିଗଡରୁ ରାୟଗଡ ଅଭିମୁଖେ ଯାତ୍ରା କରିଥାନ୍ତା ।

ଶେଷ ରିପୋର୍ଟ ଲେଖାଯିବା ବେଳକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟପୁରର ସର୍କିଟ୍ ହାଉସକୁ ନିଆଯାଇଥିବା ସୂଚନା ମିଳିଛି । ସେ ନିର୍ଦ୍ଧାରିତ ସମୟରୁ ୧ ଘଣ୍ଟା ବିଳମ୍ବରେ ହେଲିକପ୍ଟର ଯୋଗେ ରାୟଗଡ ଅଭିମୁଖେ ଗସ୍ତ କରିବେ ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିମାନକୁ ଜରୁରୀ ଅବତରଣ କରାଯାଇଥିବା ଖବର ସମ୍ପୂର୍ଣ୍ଣ ନିରାଧାର ବୋଲି ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.