Latest Odisha News

ହାତୀଙ୍କ ଉତ୍ପାତ, ଯୁବକଙ୍କୁ ଦଳିଦେଲେ ୫୧ ଟିକିଆ ହାତୀ ପଲ

ସମ୍ବଲପୁର: ଯୁଯୁମୁରା ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପଡ଼ିଆବାହାଲ ରେଞ୍ଜ ଜାମଲୋଇ ଗାଁର ପୂର୍ଣ୍ଣଚନ୍ଦ୍ର ଦେହୁରୀ । ତାଙ୍କୁ ହାତୀ କଚାଡି ମାରି ଦେଇଛି। ହାତୀ କଚାଡି ଦେବାରୁ ପୂର୍ଣ୍ଣଚନ୍ଦ୍ର ଶରୀରଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି।

ଗତକାଲି ରାତିରେ ଗାଁ ଭିତରକୁ ହାତୀ ପଲ ପଶି ଆସିଥିଲେ। ଗ୍ରାମବାସୀ ସମେତ ପୂର୍ଣ୍ଣଚନ୍ଦ୍ର ହାତୀ ଘଉଡାଇବାକୁ ଯାଇଥିଲେ। ହାତୀ ପଲଙ୍କୁ ଘଉଡ଼ାଇବା ପରେ ଗାଁଲୋକ ନିଜ ନିଜ ଘରକୁ ଫେରି ଆସିଥିଲେ। କିନ୍ତୁ ପୂର୍ଣ୍ଣଚନ୍ଦ୍ର ହାତୀ ହାବୁଡରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ମାରି ଦେଇଥିଲା। ଆଜି ସକାଳୁ ତାଙ୍କ ମୃତଦେହ ନୂଆବନ୍ଧ ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।

ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ କୁହାଯାଉଛି ପଶ୍ଚିମବଙ୍ଗକୁ ୫୧ ଟିକିଆ ହାତୀ ପଲ ଯିବା ବେଳେ ଯୁବକଙ୍କୁ ପାଦରେ ଦଳିଦେଲେ। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ହାତୀବାରି ଅଞ୍ଚଳରେ ଧାନ କ୍ଷେତ ଜଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.