ପାରାଦୀପ: କଟକ-ପାରାଦୀପ ମୁଖ୍ୟ ରାସ୍ତାର ଲୋକନାଥ ଗଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ଟ୍ରକ୍ ପଛରେ କାର୍ ପିଟି ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସାରଦା ପ୍ରସନ୍ନ ସ୍ୱାଇଁ । ତାଙ୍କ ଘର ପାରାଦୀପ ନୂଆ ବଜାର ଅଚଂଳରେ ବୋଲି ଜଣାପଡିଛି । ସେପଟେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ, ଗତ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ଟି ଲୋକନାଥ ଗଡା ନିକଟ ରାସ୍ତାକଡରେ ଠିଆ ହୋଇଥିଲା । ଏହି ସମୟରେ ଏକ କାର୍ ଆସି ତା’ପଛରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସାରଦାଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆହତଙ୍କୁ ଡାକ୍ତର ଖାନାକୁ ପଠାଇଛି । ସେପଟେ ଦୁର୍ଘଟଣା ପରେ ଟ୍ରକ୍ଟି ଫେରାର ହୋଇଯାଇଥିବା ଜଣାପଡିଛି ।
BREAKING NEWS
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
- ହାର୍ଦ୍ଦିକଙ୍କ ବ୍ୟାଟ ଚୋରୀ କରି ନେଇଗଲେ ରିଙ୍କୁ
- AI in healthcare: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଭାରତ ବିଶ୍ୱର ତୃତୀୟ ଶ୍ରେଷ୍ଠ ଦେଶ
- ଭାମଶୀଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ
- Nishikant Dubey: ଦେଶବାସୀଙ୍କ ପାଖରେ ଦୁବେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ: ବିଜେଡି
- ଡିଆରଏସ ନିୟମରେ ବଡ ପରିବର୍ତନ କଲା ବିସିସିଆଇ
- ମହାନଦୀରେ ଛଡ଼ାଗଲା ୧୨ଟି ଘଡ଼ିଆଳ, ୩୫ରେ ପହଞ୍ଚିଲା କୁମ୍ଭୀରଙ୍କ ସଂଖ୍ୟା
- Lashkar-e-Taiba terrorist:ଦିଲ୍ଲୀ ସୀମାରୁ ଗିରଫ ହେଲା ଲସ୍କର ଆତଙ୍କବାଦୀ;ସ୍ଲିପର ସେଲ୍ ଭାବରେ କରୁଥିଲା କାମ
- ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୭ ଲକ୍ଷରୁ ଅଧିକ ମତଦାତା
Comments are closed.