Latest Odisha News

BREAKING NEWS

ରିଲାଏନ୍ସ ଇନଫ୍ରା ବୋର୍ଡ଼ରୁ ଇସ୍ତଫା ଦେଲେ ଅନୀଲ ଅମ୍ବାନୀଙ୍କ ଦୁଇ ପୁଅ

ନୂଆଦିଲ୍ଲୀ: ଅନିଲ ଅମ୍ବାନିଙ୍କ ଦୁଇ ପୁଅ ଜୟ ଅନମୋଲ ଅମ୍ବାନି ଏବଂ ଜୟ ଅଂଶୁଲ ଅମ୍ବାନି ରିଲାଏନ୍ସ ଇନଫ୍ରାରୁ ଇସ୍ତଫା ଦେଇଛନ୍ତି। ଗତ ବର୍ଷ ଅକ୍ଟୋବରରେ ଅନିଲଙ୍କ ଏହି ଦୁଇ ପୁଅଙ୍କୁ କମ୍ପାନୀର ନିର୍ଦେଶକ ମଣ୍ଡଳୀରେ ସାମିଲ କରାଯାଇଥିଲା।

ପ୍ରାୟ ୪ ମାସ ମଧ୍ୟରେ ଉଭୟେ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି। କମ୍ପାନୀ ତରଫରୁ ଜାନୁୟାରୀ ୩୧ତାରିଖରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଲେଖାଯାଇଥିବା ଚିଠିରେ ଏହି ସୂଚନା ଦିଆଯାଇଛି।

କମ୍ପାନୀ ତରଫରୁ ଇସ୍ତଫାର କାରଣ ପ୍ରକାଶ କରାଯାଇ ନାହିଁ ।

ରିଲାଏନ୍ସ ଇନଫ୍ରା ପୂର୍ବରୁ ୬୦୦୦କୋଟି ଟଙ୍କାର କରଜ ସଙ୍କଟରେ ବୁଡ଼ି ରହିଛି। ଏପରି ପରିସ୍ଥିତିରେ ଅନିଲ ଅମ୍ବାନିଙ୍କ ଦୁଇ ପୁଅଙ୍କ ହଠାତ୍ ଇସ୍ତଫାର ଖବର ଯୋଗୁଁ ବିନିଯୋଗକାରୀଙ୍କ ଭରସା ଆହୁରି କମ୍ ହେବାର ଆଶଙ୍କା ରହିଛି। ଗତ ୪ମାସ ମଧ୍ୟରେ ରିଲାଏନ୍ସ ଇନଫ୍ରାର ସେୟାରରେ ୨୮ପ୍ରତିଶତ ହ୍ରାସ ଆସିଛି।

ରିଲାଏନ୍ସ ଇନଫ୍ରା ସହ ଯୋଡ଼ିବା ହେବା ପୂର୍ବରୁ ମଧ୍ୟ ଅନିଲ ଅମ୍ବାନିଙ୍କ ବଡ଼ ପୁଅ ଅଂଶୁଲ ଗ୍ରୃପର ଫାଇନାନ୍ସିଆଲ ସର୍ଭିସ୍ କମ୍ପାନୀ ରିଲାଏନ୍ସ କ୍ୟାପିଟାଲରେ ଏକ୍ସିକ୍ୟୁଟିଭ ଡାୟରେକ୍ଟର ଭାବେ କାମ କରୁଥିଲେ।

୨୦୧୬ମସିହା ଅଗଷ୍ଟରେ ଗ୍ରୃପରେ ଯୋଡ଼ିଥିବା ସାନ ପୁଅ ଅନମୋଲଙ୍କୁ ରିଲାଏନ୍ସ ଇନଫ୍ରାର ଡିଫେନ୍ସ ପ୍ରୋଜେକ୍ଟକୁ ଦେଖିବାର ଦାୟିତ୍ବ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.