Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନ: ପ୍ରଚାର ମୈଦାନରେ ଆପ୍ ପ୍ରାର୍ଥୀଙ୍କୁ ବିବାହ ପ୍ରସ୍ତାବ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳଙ୍କ ଘମାଘୋଟ ଲଢ଼େଇ ସହିତ କିଛି ମଜାଦାର ଘଟଣା ସାମନାକୁ ଆସିଛି । ଆମ ଆଦମି ପାର୍ଟି (ଆପ୍‌) ଦିଲ୍ଲୀ ବିଧାନସଭା ସିଟରୁ ନିଜର ଯୁବ ନେତା ରାଘବ ଚଢ଼ାଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ରାଘବ ଚଢ଼ାଙ୍କୁ ନିର୍ବାଚନ ପ୍ରଚାର ସମୟରେ ବିବାହ ପ୍ରସ୍ତାବ ମିଳୁଛି । ରାଘବ ଚଢ଼ାଙ୍କ ମହିଳା ପ୍ରଶଂସକ ଅଧିକ ଓ ସେମାନେ ବିଧାୟକ ଭାବେ କମ୍ ବରଂ ବର ରୂପେ ଦେଖିବାକୁ ଅଧିକ ଇଚ୍ଛୁକ ।

୩୧ ବର୍ଷୀୟ ରାଘବ ଚଢ଼ା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ । ଚଢ଼ା ସୋଶିଆଲ ମିଡିଆରେ ନିର୍ବାଚନକୁ ନେଇ ସକ୍ରିୟ ଥିବାବେଳେ ବିବାହ ପ୍ରସ୍ତାବର ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ୧୫ ଦିନ ହେବ ସୋଶିଆଲ ମିଡିଆରେ ୧୨ଜଣ ଲୋକ ତାଙ୍କ ସପକ୍ଷରେ ବିବାହ ପ୍ରସ୍ତାବ ରଖିଛନ୍ତି । କେବଳ ସୋଶିଆଲ ମିଡିଆ ହିଁ ନୁହେଁ ସାଧାରଣ ବୈଠକରେ ମଧ୍ୟ ତାଙ୍କୁ ପ୍ରସ୍ତାବ ମିଳୁୂଛି ।

ଦିଲ୍ଲୀରେ ଫେବୃଆରୀ ୮ତାରିଖରେ ମତଦାନ ହେବ ଓ ଫେବୃଆରୀ ୬ ତାରିଖ ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହେଉଛି । ଫେବୃଆରୀ ୧୧ରେ ଦିଲ୍ଲୀ ନିର୍ବାଚନର ଫଳାଫଳ ଆସିବ ।

Leave A Reply

Your email address will not be published.