Latest Odisha News

BREAKING NEWS

‘ଅମ୍ଫାନ’ ନେଲା ଆଉ ଏକ ମୁଣ୍ଡ, କେନ୍ଦ୍ରାପଡାରେ ଜଣେ ମୃତ

କେନ୍ଦ୍ରାପଡା: ଧୀରେ ଧୀରେ ଭୟଙ୍କର ରୂପ ଧାରଣ କରୁଛି ବାତ୍ୟା ‘ଅମ୍ଫନ’ । ଏହାର ପ୍ରଭାବର ପୁରା ଉତ୍ତର ଓଡ଼ିଶାରେ ପଡିଥିବା ଦେଖିବାକୁ ମିଳିଛି । ଅମ୍ଫାନ ବାତ୍ୟାରେ କେନ୍ଦ୍ରାପଡା ସାତଭାୟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିିଳିଛି । ମୃତ ମହିଳାଙ୍କ ବୟସ ୫୭ ବର୍ଷ । ତାଙ୍କ ନାଁ କୋଇଲି ବେହେରା । ସେ ବାତ୍ୟା ଆଶ୍ରୟସ୍ଥଳକୁ ନଯାଇ ଘରେ ଥିଲେ ।

ଏହି ଘଟଣା ଜଣାପଡିବା ପରେ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଭଦ୍ରକରେ ବର୍ଷା ଓ ପବନ ଯୋଗୁଁ କାନ୍ଥ ପଡି ଶିଶୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଯୋଗୁଁ ମାଟିର ଘରର କାନ୍ଥ ପଡି ୨ ମାସର ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଛି। ଜିରୋ କାଜୁଆଲିଟି ଲକ୍ଷ୍ୟକୁ ନେଇ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲେବି ଏଠାରେ ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.