Latest Odisha News

BREAKING NEWS

ବଢ଼ିଲା ଭାରତର ସମ୍ମାନ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ ପଦ ସମ୍ଭାଳିବେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ପୁଣି ବିଶ୍ୱ ସ୍ତରରେ ବଢ଼ିଲା ଭାରତର ସମ୍ମାନ। ଆସନ୍ତା ମେ ୨୨ ରେ ଡାକ୍ତର ଡର୍ଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ ପଦ ସମ୍ଭାଳିବେ । ଡାକ୍ତର ହର୍ଷବର୍ଦ୍ଧନ ଜାପାନର ଡାକ୍ତର ହିରୋକି ନାକାତାନୀଙ୍କର ସ୍ଥାନ ନେବେ, ଯେକି ଏବେ ୩୪ ସଦସ୍ୱୀୟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି ।

ସୂଚନା ଅନୁଯାୟୀ ଏହା ପୂର୍ବକାଳୀନ ଦାୟୀତ୍ୱ ନୁହେଁ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କେବଳ ବୈଠକରେ ସାମିଲ ହେବାକୁ ପଡ଼ିବ ।

ବୋର୍ଡର ବୈଠକ ବର୍ଷେର ଦୁଇଥର ହୋଇଥାଏ ଏବଂ ମୁଖ୍ୟ ବୈଠକ ସାଧାରଣ ଭାବେ ଜାନୁଆରୀରେ ହୋଇଥାଏ । ଯେବେକି ଦ୍ୱିତୀୟ ବୈଠକ ମେରେ ହୋଇଥାଏ । କାର୍ଯ୍ୟକାର ବୋର୍ଡର ମୁଖ୍ୟ କାର୍ଯ୍ୟ, ସ୍ୱାସ୍ଥ୍ୟ ସଭାର ନିଷ୍ପତି ଏବଂ ପଲିସି ପ୍ରସ୍ତୁତ କରିବା ପାଇଁ ଉଚିତ ପରାମର୍ଶ ଦେବା ହୋଇଥାଏ ।

ଏହି ବିଶ୍ୱ ସ୍ତରୀୟ ମଂଚରେ ଭାରତର ପ୍ରତିନିଧିତ୍ୱ ପ୍ରସ୍ତାବ ଉପରେ ମଙ୍ଗଳବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଭାର ୧୯୪ ଦେଶ ହସ୍ତାକ୍ଷର କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୩ ତମ ବିଶ୍ୱ ସ୍ୱାସ୍ଥ୍ୟ ସଭାରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.