Latest Odisha News

ସେଲ୍ଫି ନେବା ହେଲା କାଳ, ଜଳ ଭଣ୍ଡାରରେ ବୁଡି ଜଣଙ୍କର ମୃତ୍ୟୁ

ଅନୁଗୁଳ – ସେଲ୍ଫି ନେବା ହେଲା କାଳ । ଜଳ ଭଣ୍ଡାର ଭିତରେ ପଶି ଡଙ୍ଗାରେ ଫଟୋ ଉଠାଉଥିବା ବେଳେ ହଠାତ୍ ଡଙ୍ଗାଟି ବୁଡି ଯାଇଥିଲା । ଫଳରେ ୪ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାର ୪ ଜଣ ଯୁବକ ଗୁରଙ୍ଗ ଜଳଭଣ୍ଡାରକୁ ବୁଲିବାକୁ ଯାଇଥିଲେ । ସେଠାରେ ବୁଲାବୁଲି କରି ଫଟୋ ଉଠାଇଥିଲେ । ପରେ ସେମାନେ ଫଟୋ ଉଠାଇବାକୁ ସେଠାରେ ଥିବା ଏକ ଡଙ୍ଗା ନେଇ ଜଳଭଣ୍ଡାର ଭିତରକୁ ଯାଇଥିଲେ । ତେବେ କିଛିଦୂର ଗଲା ପରେ ହଠାତ ଡଙ୍ଗାଟି  ଲେଉଟି ପଡିଥିଲା । ଫଳରେ ଚାରିଜଣ  ଗଭୀର ପାଣିରେ ବୁଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣ ପହଁରି ପହଁରି କୂଳକୁ ପଳାଇ ଆସିଥିବା ବେଳେ ଜଣେ ନିଖୋଜ ହୋଇ ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ପହଂଚି ଖୋଜାଖୋଜି କରିଥିଲେ । ପ୍ରାୟ ଏକ ଘଣ୍ଟା ଖୋଜିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଯୁବକ ଜଣଙ୍କ ହୁଲୁରିସିଂହାର ପାର୍ଥ ଗୋଛୟତ ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.