Latest Odisha News

BREAKING NEWS

ଟ୍ରକ ଧକ୍କାରେ ଶ୍ରମିକ ମୃତ

ତାଳଚେର : ଟ୍ରକ୍ ଧକ୍କାରେ ଶ୍ରମିକଙ୍କ ଜୀବନ ଗଲା । ତାଳଚେର କଳିଙ୍ଗ ଖଣି ଅଞ୍ଚଳର ସୋଲଡା ଅଞ୍ଚଳରେ ଟ୍ରକ ଆସୋସିଏସନ ଇନ୍ ଗେଟ ଠାରେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ଝାଡ଼ଖଣ୍ଡ ଅଞ୍ଚଳର ସନ୍ତୁରି ତପନ ।

ଘଟଣା ସ୍ଥଳରେ ଗୋପାଳପ୍ରସାଦ ଫାଣ୍ଡି ପୋଲିସ ପହଁଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୫୦ ଲକ୍ଷ ଟଙ୍କା ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

ସୂଚନା ଅନୁସାରେ ଖଣି ଅଞ୍ଚଳରେ କୋଲ କରିଡର କଂକ୍ରିଟ ରାସ୍ତାର ଠିକା କାର୍ଯ୍ୟ ନେଇଥିବା ଠିକାଦାର ଲିଟୁ ପଟ୍ଟନାୟକ ରାସ୍ତା କାର୍ଯ୍ୟ କରୁଥିବା ସମୟରେ ସେହି କମ୍ପାନୀରେ ହେଲ୍ପର ଭାବେ କାର୍ଯ୍ୟ କରୁଥିବା ସନ୍ତୁରିଙ୍କ ଉପରେ ସେହି କମ୍ପାନୀର ଟ୍ରକଟି ତାଙ୍କୁ ଧକ୍କାଦେଇ ତାଙ୍କ ଉପରେ ଚଢ଼ି ଯାଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.