Latest Odisha News

BREAKING NEWS

ଖୋର୍ଦ୍ଧାରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା: ଜଣେ ଅଟକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ଗୁରୁବାର ଦିନ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହିତ ଘଟଣାରେ ବ୍ୟବହୃତ ଏକ କାରକୁ ମଧ୍ୟ ଜବତ କରାଯାଇଛି ।

ପିଏନ୍ କଲେଜ ନିକଟ ୧୬ନଂ ଜାତୀୟ ରାଜପଥ ନିକଟରେ ସମ୍ପୃକ୍ତ ପିଡିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବାର ଗୋଟିଏ ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଏନେଇ ଭୁବନେଶ୍ୱର ଡିସିପି ଟ୍ୱିଟ୍ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମ୍ପୃକ୍ତ ପିଡିତା ଜଣକ ଏନେଇ ଏକ ମାମଲା ରୁଜୁ କରିଥିଲେ । ଉକ୍ତ ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି, ଭୁବନେଶ୍ୱର ଯିବା ଲାଗି ଜଣେ କାର୍ ଚାଳକ ତାଙ୍କୁ ଲିଫ୍ଟ ଦେଇଥିଲେ । ପରେ କାରରେ ଥିବା ଅନ୍ୟମାନେ ତାଙ୍କୁ ଦୁଷ୍କର୍ମ କରିବା ପରେ ରାସ୍ତାରେ ଫୋପାଡି ଦେଇଥିଲେ ।

ହସ୍ପିଟାଲକୁ ଯାଇ ଖୋର୍ଦ୍ଧା ଏସପି ଅଜୟ କୁମାର ସ୍ୱାଇଁ ସମ୍ପୃକ୍ତ ପିଡିତାଙ୍କୁ ଭେଟିବା ସହ ତାଙ୍କ ବୟାନ୍ ମଧ୍ୟ ନେଇଥିଲେ ।

Leave A Reply

Your email address will not be published.