Latest Odisha News

ବାଲେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ମୃତ ଓ ୮ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା-ହଳଦୀପଦା ବାଇପାସ୍ ନିକଟରେ ବୁଧବାର ସକାଳେ ଏକ ସ୍କର୍ପିଓକୁ ଟ୍ରକ୍ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।

ମୃତକଙ୍କ ନାମ ନୀର ବୋରା ଜଣାପଡିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମିଳିଥିବା ସୂଚନା ଅନୁଯାୟୀ ସମସ୍ତ ଲୋକମାନେ ପୁରୀରୁ କୋଲକାତା ଫେରୁଥିବା ବେଳେ ଦୁର୍ଘଟଣାଟି ଏନଏଚ୍-୬୦ ନିକଟରେ ଘଟିଥିଲା ବୋଲି ଜଣାପଡିଛି । ଏଥିସହିତ ସମସ୍ତ ଆହତମାନେ କୋଲକାତାର ବାସିନ୍ଦା ଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଫକିର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଆହତମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.