Latest Odisha News

BREAKING NEWS

ମହାନଦୀ ପୋଲ ବସ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର/କଟକ: କଟକ ମହାନଦୀ ପୋଲ ବସ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏହି ଦୁଃଖଦାୟକ ଘଟଣାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏଥିସହିତ ଗତକାଲି ରାତିରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ବଡ ମେଡିକାଲରେ ପହଞ୍ଚି ଆହତ ବ୍ୟକ୍ତିମାନଙ୍କୁ ଦେଖିବା ସହ ସେମାନଙ୍କର ଚିକିତ୍ସା ସମ୍ବନ୍ଧରେ ପଚାରି ବୁଝିଥିଲେ ।

ଆହୁରି ମଧ୍ୟ “ସେ ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାର ବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧେର୍ଯ୍ୟ ଧରିବାକୁ ଭଗବାନ ସାହାସ ପ୍ରଦାନ କରନ୍ତୁ” ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ଅଧିକ ପଢନ୍ତୁ:- ମହାନଦୀ ପୋଲ ବସ୍ ଦୁର୍ଘଟଣା: ୨ଲକ୍ଷ ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ତାଳଚେରରୁ କଟକ ଅଭିମୁଖେ ଆସୁଥିବା ବସ ଏକ ମଇଁଷିକୁ ଅଚାନକ ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇ ୩୦ ଫୁଟ୍ ପୋଲ ତଳକୁ ଖସି ପଡିଥିଲା । ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି ।

ଅନ୍ୟପକ୍ଷରେ ଏହି ଘଟଣାଟି ଗତକାଲି ପ୍ରାୟ ସନ୍ଧ୍ୟା ୬ଟା ୪୫ମି. ଋୁ ୭ଟା ୧୫ମି. ମଧ୍ୟରେ ଘଟିଥିବା ନେଇ ସୁତ୍ରରୁ ପ୍ରକାଶ ।

ଅଧିକ ପଢନ୍ତୁ:- କଟକରେ ମର୍ମନ୍ତୁଦ ଦୁର୍ଘଟଣା: ମହାନଦୀ ପୋଲ ତଳକୁ ଖସି ପଡ଼ିଲା ବସ, ୧୦ ଜଣଙ୍କ ମୃତ୍ୟୁ

 

Leave A Reply

Your email address will not be published.