Latest Odisha News

BREAKING NEWS

କଟକ ଏସସିବି ମେଡ଼ିକାଲରେ ଅଗ୍ନିକାଣ୍ଡ, ହେମାଟୋଲୋଜି ବିଭାଗରେ ନିଆଁ ଲାଗିଲା

କଟକ: କଟକର ଏସସିବି ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ବୁଧବାର ଦିନ ସକାଳେ ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲରେ ଥିବା ହେମାଟୋଲୋଜି ବିଭାଗରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲର ହେମାଟୋଲୋଗି ବିଭାଗରେ କୌଣସି କାରଣରୁ ହଠାତ୍ ନିଆଁ ଲାଗି ଯାଇଥିଲା । ଏହି ବିଭାଗର ବିଭିନ୍ନ ୱାର୍ଡ଼ରେ ପ୍ରାୟ ୪୦ ଜଣ ରୋଗୀ ରହି ଚିକିତ୍ସତ ହେଉଥିଲେ । ତେବେ ନିଆଁ ଲାଗିଯିବାରୁ ରୋଗୀମାନେ ଇତସ୍ତତଃ ଦୌଡ଼ିବାକୁ ଲାଗିଥିଲେ ।

ରୋଗୀମାନେ ପ୍ରାଣ ବିକଳରେ ହସ୍ପିଟାଲ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ପରେ ଘଟଣା ସମ୍ପର୍କରେ ଖବରପାଇ ଅଗ୍ନିଶମ ବିଭାଗର ଦମକଳ ବାହିନୀ ୍ଆସି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡ ଘଟଣାରେ କୌଣସି ମୃତାହତର ଖବର ମିଳିପାରିନାହିଁ ।

Leave A Reply

Your email address will not be published.