Latest Odisha News

[ଭିଡିଓ] କଟକରୁ ଧରାପଡିଲା କୁଖ୍ୟାତ ଲୁଟେରା

କଟକ: ଲୁଟେରାଙ୍କ ଟାର୍ଗେଟରେ ଥିଲା ରାଜଧାନୀ ଭୁବନେଶ୍ୱର ଓ କଟକ ସହରର ଭିଆଇପି ଅଂଚଳ । ସମୟ ସୁଯୋଗ ଉଣ୍ଡି ମୋବାଇଲ ଛଡାଇ ଚମ୍ପଟ ମାରୁଥିଲା କୁଖ୍ୟାତ ମୋବାଇଲ ଲୁଟେରା ଆକାଶ ନାୟକ । ଶେଷରେ ଆକାଶ ନାୟକର ସାମ୍ରାଜ୍ୟରେ ଯବନିକା ପକାଇଛି କଟକ ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ ଅଶ୍ୱିନୀ ହସ୍ପିଟାଲରେ କାର୍ଯ୍ୟରତ ନୁପୁର ମଣ୍ଡଳ ଗତମାସ ୨୪ ତାରିଖରେ ଫୋନରେ କଥା ହୋଇ ଘରକୁ ଫେରୁଥିଲେ । ସେହି ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଧକ୍କା ମାରି ମୋବାଇଲ ଛଡାଇ ଚମ୍ପଟ ମାରିଥିଲା । ଲୁଟର ଶିକାର ହୋଇଥିବା ମହିଳା ଜଣକ କଟକ ମର୍କତ ନଗର ଥାନାରେ ଏତଲା ଦେବା ପରେ ଥାନ ଅଧିକାରୀ ବିୟୁଟି ମହାନ୍ତି ତଦନ୍ତ ଆରମ୍ଭ କରିଥିଲେ ।

ମୋବାଇଲ ଟ୍ରାକିଂ ଓ ଖୋଳତାଡରେ ପୋଲିସ ରାଡାରକୁ ଆସିଥିଲା କୁଖ୍ୟାତ ମୋବାଇଲ ଲୁଟେରା ଲୁଟେରା ଆକାଶ ନାୟକ । ସୁପରିକଳ୍ପିତ ଯୋଜନା ଅନୁଯାୟୀ ଅଭିଯୁକ୍ତ ଆକାଶକୁ ପୋଲିସ ଜଗତପୁର ପୀର ବଜାର ଅଂଚଳରୁ ଗିରଫ କରିଥିଲା । ଅଭିଯୁକ୍ତଠାରୁ ୧୧ଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ ହୋଇଛି । ପ୍ରାଥମିକ ତଦନ୍ତରେ ଆକାଶ ଜଣେ ପେଶାଦାର ଲୁଟେରା ବୋଲି ଜଣାପଡିଛି । ତେବେ ଆକାଶ କୌଣସି ଗ୍ୟାଙ୍ଗ ସହ ମିଳିତ ଭାବେ କାମ କରୁଛି କି ନା, ସେ ନେଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.