Latest Odisha News

BREAKING NEWS

ଚାକିରି କରେଇ ଦେବା ନାଁରେ ଠକେଇ ଅଭିଯୋଗ, ଜଣେ ଗିରଫ

ଗୁଣୁପୁର: ଲୋକଙ୍କୁ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗରେ ଜଣେ ଗିରଫ । ଲୁଟେରା ଜଣକ କେନ୍ଦୁଗୁଡା ଗ୍ରାମର ପ୍ରସନ୍ନ କରାଡ଼ । ପଦ୍ମପୁର ଏବଂ ଗୁଡାରିର ଲୋକଙ୍କୁ ବଡ଼ ଚାକିରୀ ଦେବି କହି ଠକୁଥିଲେ ।

ଆଜି ପଦ୍ମପୁର ଥାନାରେ ଜଣେ ଶିକ୍ଷକଙ୍କ ଏତାଲାକୁ ଭିତ୍ତି କରି ପଦ୍ମପୁର ପୋଲିସର ଧରପଗଡ଼ ହୋଇଛି । ଗିରଫ ଲୁଟେରା ଭୁବନେଶ୍ୱରରେ ଗିରଫ ହୋଇଥିବା ନକଲି ଡିଏସପି ମାନସ ରଞ୍ଜନ ସେନାପତିଙ୍କ ସହ ଲିଙ୍କ ଥିବା ସୂଚନା ଦେଇଛି ପୋଲିସ । ଗିରଫ ପରେ ବୁଧବାର ପ୍ରସନ୍ନ କରାଡ଼କୁ କୋର୍ଟ ଚାଲାଣ କରିଛି ପଦ୍ମପୁର ପୋଲିସ । ଅଭିଯୁକ୍ତର ନାଁରେ ପ୍ରାୟ ୬୪ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ରହିଛି ।

Comments are closed.