Latest Odisha News

BREAKING NEWS

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ନାବାଳକ ଅଟକ

କେନ୍ଦୁଝର : ବାମେବାରୀ ଥାନା ଜମିର୍ତ୍ତା ଗାଁରେ ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ହୋଇଛି । ଏହି ଘଟଣାରେ ପୋଲିସ ୧୪ବର୍ଷର ଜଣେ ନାବାଳକକୁ ଅଟକ ରଖି ପଚରାଉଚୁରା କରୁଛି । ପୋଲିସର ସୂଚନା ଅନୁଯାୟୀ ନାବାଳକ ଜଣକ ଦୁଷ୍କର୍ମ କରିବା ପରେ କଥା ପ୍ରଘଟ ହେବା ଭୟରେ ପିଟିପିଟି ହତ୍ୟା କରିଛି ।

ଶନିବାର ସନ୍ଧ୍ୟାରେ ଗାଁର ରଘୁ ମୁଣ୍ଡାଙ୍କ ଝିଅ ଘର ପାଖେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା । ବହୁତ ଖୋଜାଖୋଜି ପରେ ବି ନ ମିଳିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ସେପଟେ ଅଭିିଯୁକ୍ତ ନାବାଳକ ଝିଅକୁ ଜଙ୍ଗଲକୁ ଡାକି ନେଇ ଦୁଷ୍କର୍ମ କରିଥିଲା । ଏହାପରେ ବାଡିରେ ଝିଅଟିକୁ ନିସ୍ତୁକ ମାଡ ମାରିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା ।

ଏ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ନାବାଳକକୁ ଅଟକ ରଖିଛି ।

Leave A Reply

Your email address will not be published.