Latest Odisha News

BREAKING NEWS

କଟକ ଶିଶୁଭବନରେ ଆଉ ଜଣେ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି କଟକ ଶିଶୁଭବନରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନାରେ ପୁଣି ଜଣେ ଶିଶୁ ସଂକ୍ରମିତ ହୋଇଛି ।

ସଂକ୍ରମିତ ଶିଶୁ ଜଣକ ଜଗତସିଂହପୁର ଅଞ୍ଚଳର ୬ ବର୍ଷର ଶିଶୁ ପୁତ୍ର ବୋଲି ଜଣାପଡିଛି । କାଲି ଶିଶୁ ଭବନର ଆଇସୋଲେସନ୍‌ ଓ୍ୱାର୍ଡରେ ଥିଲା ଶିଶୁ ପୁତ୍ର, ଆଜି ସ୍ୱାବ୍‌ ରିପୋର୍ଟ ଆସିବା ପରେ ପଜିଟିଭ ବାହାରିଥିବା ଜଣାପଡିଛି । ତାକୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଉଲ୍ଳେଖଯୋଗ୍ୟ ଯେ ୩ନମ୍ବର ୱାର୍ଡ଼ରେ ଶିଶୁ ଚିକିତ୍ସିତ ହେଉଥିଲା । ଏବେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏନେଇ କଟକ ଶିଶୁଭବନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ କଟକ ଶିଶୁ ଭବନରେ ଜଣେ ଶିଶୁ କରୋନାରେ ସଂକ୍ରମିତ ହୋଇଥିଲେ ।

Leave A Reply

Your email address will not be published.